ହଟ ପ୍ୟାଣ୍ଟ ଝିଅ – ମୃତ୍ୟୁଞ୍ଜୟ ସାହୁ

Views: 19
0 0
Read Time:7 Minute, 27 Second

 

ହଟ ପ୍ୟାଣ୍ଟ ପିନ୍ଧା ଝିଅ
                           ନୁହନ୍ତି କାହାରି l
ପକେଟରୁ ଟଙ୍କା ତୁମ
                       ଦେବେ ଖାଲି କରି ll
କରିବୁନି ତାଙ୍କୁ କେବେ
                          ବିଶ୍ୱାସରେ ଭାଇ l
ରାସ୍ତାର ଭିକାରି ତୋତେ
                    ଦେବେ ସେ ବନେଇ ll
ଦେଖିବେ ତୋ ପାଶେ ଯଦି
                           ଅଛି କିଛି ଟଙ୍କା ।
ଧରମ ଭାଇ କରିବେ
                         ନାହିଁ ଟିକେ ଶଙ୍କା ।।
ଯେବେ ଯିବୁ ତାଙ୍କୁ ଧରି
                            କିଣିବାକୁ ମଲ l
କିଣିଦେବେ ତୁମ ପାଇଁ
                           ଦି ହଲ ଚପଲ ll
ତାଙ୍କ ପାଇଁ କିଣିବାକୁ
                        କରିବେ ସେ ଚିଠା l
ସୋମ ଓ ମଙ୍ଗଳ ବାରେ
                        ପିନ୍ଧିବେ କୋଉଟା ll
ବୁଧବାରେ ଗୁରୁବାରେ
                            ନାଲି ହଳଦିଆ l
ଶୁକ୍ରବାରେ ସବୁଜର
                        ରଙ୍ଗ ଯେ ବଢିଆ ll
ଶନିବାରେ ପିନ୍ଧିବେ ସେ
                            ଖାଲି ଚୁଡିଦାର l
ରବିବାର ସଟସ ପିନ୍ଧି
                           ବୁଲିବେ ବଜାର ll
ଏହିପରି ସାତ ଦିନ
                        ହେବେ ସେ ସଜାଇ l
ସାରିଦେବେ ମାସକର
                            ଦରମା ହସେଇ ll
ବିଶ୍ୱାସ କରିବୁ ନାହିଁ
                            ଜମା ସେମାନଙ୍କୁ l
ଥାଳ ଧରି ବସାଇବେ
                           ଶେଷରେ ତୁମକୁ ll

ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601
              
(କ୍ଷମା କରିବେ କାହାକୁ ବ୍ୟକ୍ତିଗତ ଭାବରେ ଆକ୍ଷେପ କରିବା ମୋର ଉଦେଶ୍ୟ ନୁହେଁ l ଯଦି କୌଣସି ବ୍ୟକ୍ତି ବିଶେଷଙ୍କୁ ଏହା ବ୍ୟଥିତ କରିଥାଏ ତେବେ ସହୃଦୟେ କ୍ଷମା କରିବେ )

Share this :
Next Post

ଜୟ ଶ୍ରୀରାମ - ଅମରଜିତ୍ ମଲ୍ଲିକ

ହୃଦୟରୁ ଭକ୍ତ କୁହେ ଜୟ ଶ୍ରୀରାମ ପାପିଠାରୁ ଘେନ ପ୍ରଭୁ ତାର ପ୍ରଣାମ । ମର୍ଯ୍ଯାଦା ପୁରୁଷୋତ୍ତମ ଜୟ ଶ୍ରୀରାମ ରାମ ନାମ ଧରି ଭବୁ ତରିବା ଜାଣ । କେତେ କଣ କରିଛ ଦଶରଥ ନନ୍ଦନ  ସବୁରି ପ୍ରମାଣ ଦିଏ ଗ୍ରନ୍ଥ ରାମାୟଣ । ଲିଳା ପାଇଁ ଜନ୍ମିଲ ଦଶରଥଙ୍କ ଘରେ  ଚଉଦ ବରଷ କାଟିଲ ବନ ମଧ୍ୟରେ । ମନ୍ଥରା ଦ୍ବାରା ତୁମେ ପ୍ରଭୁ ନାଟ ରଚିଲେ […]

Subscribe US Now