କଳ୍ପନା ନେତ୍ର – ବିନୋଦିନୀ ଦାଶ

Views: 31
0 0
Read Time:2 Minute, 45 Second

ନେତ୍ରରେ ମଣିଷ ଯେଉଁଠି ରହଇ
ଦେଖେ ତା’ର ଚତୁର୍ପାଶ୍ବ
କଳ୍ପନା ନେତ୍ରରେ ହେଲେ ଦେଖିପାରେ
ଏକାଥରେ ସାରା ବିଶ୍ବ ।
ସବୁ ଅମମ୍ଭବ ସମ୍ଭବ ହୁଇଇ
ତା’ର ଏ ଅବଲୋକନେ
ମୁହୂର୍ତ୍ତକ ପାଇଁ ସକଳ ତୃପତି
ସାଉଁଣ୍ଟି ବୁଲେ ସେ ମନେ ।
ଉଡ଼ି ବୁଲେ ସିନା ତେର ନଈ ସାତ
ଦରିଆକୁ ପାରି ହୋଇ
ହେଲେ ସେ ସୌନ୍ଦର୍ଯ୍ୟ ଆହରି ନିମିଷେ
ଅନ୍ତର୍ଦ୍ଧାନ ହୋଇଥାଇ ।
କେତେବେଳେ ତୋଳି ଭବ୍ୟ ଅଟ୍ଟାଳିକା
ଭ୍ରମେ ଭ୍ରମି ତା’ ଭିତର
ସୁଖ ସମ୍ପତ୍ତିକୁ ଗୋଟାଉଣ ଥାଏ
ବହି ଆନନ୍ଦ ଅପାର ।
କଳ୍ପନାରେ ଫୁଟେ ଅସୁମାରୀ ଫୁଲ
ଦେଖି ନେତ୍ର ଉଠେ ପୂରି
ଆଘ୍ରାଣେ ବାଜେନି ତା’ ଗନ୍ଧବାସନା
ସେଠୁ ଯାଏ ଅପସରି ।
ଯୁଗଯୁଗ ଗାଥା କଳ୍ପନାରେ ଆଙ୍କି
ଭଲମନ୍ଦ ବିଚାରରେ
ସଂଶୋଧିତ ହୁଏ ଏ ମାଟି ମଣିଷ
ତା’ର ଜୀବନ ଯାତ୍ରାରେ ।
ପ୍ରଭୁ ଚିତ୍ରପଟ ଆଙ୍କି ଦର୍ଶନରେ
ହୃଦକୁ ମିଳଇ ଶାନ୍ତି
ସେ ଦର୍ଶନ ହୃଏ ସାର୍ଥକ ଯାହାର
ମନେ ଥାଏ ଭାବ ଭକ୍ତି ।
କଳ୍ପନା ନେତ୍ରରେ ଏ ମଣିଷ ଯାହା
ପାଇବାକୁ ଖୋଜି ବୁଲେ
ବାସ୍ତବ ହୁଅଇ ଉଦ୍ୟମ, ପ୍ରଚେଷ୍ଟା
ସାହସ, ଜ୍ଞାନର ବଳେ ।

ବିନୋଦିନୀ ଦାଶ
କୁରୁଆଁ, ଯାଜପୁର

Share this :
Next Post

ସିନ୍ଧୁ (ଆଦ୍ୟ ଭାଗ) - ଶ୍ରୀବିଷ୍ଣୁ ପ୍ରସାଦ ଦଳେଇ

             ବିନ୍ଦୁ ବିନ୍ଦୁ ଜଳୁ                ତୁ ସିନ୍ଧୁ ଉତ୍ପତ୍ତି               ତୋହର କି ବିଶାଳତା       ଯା ଦେଖି ନୟନେ        ତୃପତି ମେଣ୍ଚେନା                ଧନ୍ୟଶିଳ୍ପୀ ତୁ ବିଧାତା […]

Subscribe US Now