ସନ୍ଧ୍ଯା ଗାଆଁ ଓ ସହରେ – ମୃତ୍ଯୁଞ୍ଜୟ ସାହୁ

Views: 34
0 0
Read Time:2 Minute, 16 Second
ସଞ୍ଜ ଆସିଥାଏ 
ପଶ୍ଚିମ ଆକାଶେ 
        ଗାଆଁ ଠୁ ସହର ଯାଏଁ  l
ଗାଆଁ ଓ ସହର 
ରୂପ ରେଖ କିନ୍ତୁ 
       ପାର୍ଥକ୍ୟ ଅନେକ ଥାଏ ll
ଅନ୍ଧକାର ଆସେ 
ଗାଆଁର ରାସ୍ତାରେ 
      ନିର୍ଜନକୁ ସାଥେ ଧରି ll
ଆଲୋକ ମାଳାକୁ 
ସଜାଇ ଦେହରେ 
      ସହର ଆସେ ବାହାରି ll
ଗାଆଁର ଦାଣ୍ଡରେ 
ଶୁଭେ ହମା ରଡି 
      ପକ୍ଷୀ ମାନଙ୍କ କାକଳି l
ଗାଡିର ଶବଦେ  
ହୁଏ କମ୍ପମାନ 
       ସହରର ସବୁ ଗଳି ll
ଘଣ୍ଟଘଣ୍ଟି ଶବ୍ଦ 
ଭାସି ଆସୁଥାଏ 
      ଗାଆଁ ଭାଗବତ ଘରୁ l
ସହର ପ୍ରକମ୍ପ 
ହୋଉ ଉଠୁଥାଏ 
      କାମନାର ଅଗ୍ନି ଧାରୁ ll
ଗାଆଁ ଗହଳିରେ 
ମଣ୍ଡପ ବେଢାରେ 
       ଚାଲେ ଜୀବନ ସଂସାର l
ସହରି ଜୀବନ 
ବିତି ଥାଏ ଖାଲି 
      ଶୂନ୍ୟ ଏକ ପରିସର ll
ମୃତ୍ୟୁଞ୍ଜୟ ସାହୁ 
 ବଡମ୍ବା, କଟକ 
Share this :
Next Post

କଳ୍ପନା ନେତ୍ର - ବିନୋଦିନୀ ଦାଶ

ନେତ୍ରରେ ମଣିଷ ଯେଉଁଠି ରହଇଦେଖେ ତା’ର ଚତୁର୍ପାଶ୍ବକଳ୍ପନା ନେତ୍ରରେ ହେଲେ ଦେଖିପାରେଏକାଥରେ ସାରା ବିଶ୍ବ ।ସବୁ ଅମମ୍ଭବ ସମ୍ଭବ ହୁଇଇତା’ର ଏ ଅବଲୋକନେମୁହୂର୍ତ୍ତକ ପାଇଁ ସକଳ ତୃପତିସାଉଁଣ୍ଟି ବୁଲେ ସେ ମନେ ।ଉଡ଼ି ବୁଲେ ସିନା ତେର ନଈ ସାତଦରିଆକୁ ପାରି ହୋଇହେଲେ ସେ ସୌନ୍ଦର୍ଯ୍ୟ ଆହରି ନିମିଷେଅନ୍ତର୍ଦ୍ଧାନ ହୋଇଥାଇ ।କେତେବେଳେ ତୋଳି ଭବ୍ୟ ଅଟ୍ଟାଳିକାଭ୍ରମେ ଭ୍ରମି ତା’ ଭିତରସୁଖ ସମ୍ପତ୍ତିକୁ ଗୋଟାଉଣ ଥାଏବହି ଆନନ୍ଦ ଅପାର ।କଳ୍ପନାରେ ଫୁଟେ […]

Subscribe US Now