ହୃଦୟର କଥା ମାଆ କୁ ପଦେ – ବିଜୟ କୁମାର ସ୍ବାଇଁ

Views: 40
0 0
Read Time:1 Minute, 46 Second

ମାଆ ମଙ୍ଗଳା ଲୋ
    ତୋ ପାଦ କମଳେ
ଏତିକି ମାତର ଅଳି
ଏ ଜନମେ ମୋତେ ମଣିଷ ଟେ କଲୁ
ଆର ଜନମ କୁ କରିବୁ ମନ୍ଦାର କଳି,
ମାଆ ଲୋ କରିବୁ,,,,,.
ମାଳା ଥାଇ ତୋ ଗଳାରେ ସୋହିବି
ରକ୍ତ ମନ୍ଦାର ଟେ ହୋଇ
ଦୂରୁ ଦେଖି ଭକ୍ତ ହାତ ଟେକୁ ଥୀବେ
ଜୟ ମାଆ ମଙ୍ଗଳା କହି
ସେ ବେଳେ ଏ ଜନ୍ମ ଧନ୍ୟ ହୋଇଯିବ
ଶୁଣି ତୋ ଭଜନା ବଳି,
ମାଆ ଲୋ ଶୁଣି ତୋ
 ବନ୍
ଭଜ୍ ନା ବଳି,,,,,
ସକାଳ ହୋଇଲେସେ ବାସି ହାର କୁ
ତୋ ଗଲାରୁ କାଢି ଦେବେ
ମନ୍ଦିର ବାହାରେ ଅଳିଆ ଗଦାରେ
ନେଇ ଫୋପାଡ଼ି ଯେ ଦେବେ
ଭକତ ସରାଗେ ମୋତେ ନେଇ ଯାଇ
ଧଣ୍ଡା କରି ପାଉ ଥିବେ,
ମାଆ ଲୋ ,,,,,।
ବିଜୟ କୁମାର ସ୍ବାଇଁ 
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଶଙ୍କର ପୁର 
କଟକ।
Share this :
Next Post

ସନ୍ଧ୍ଯା ଗାଆଁ ଓ ସହରେ - ମୃତ୍ଯୁଞ୍ଜୟ ସାହୁ

ସଞ୍ଜ ଆସିଥାଏ  ପଶ୍ଚିମ ଆକାଶେ          ଗାଆଁ ଠୁ ସହର ଯାଏଁ  l ଗାଆଁ ଓ ସହର  ରୂପ ରେଖ କିନ୍ତୁ         ପାର୍ଥକ୍ୟ ଅନେକ ଥାଏ ll ଅନ୍ଧକାର ଆସେ  ଗାଆଁର ରାସ୍ତାରେ        ନିର୍ଜନକୁ ସାଥେ ଧରି ll ଆଲୋକ ମାଳାକୁ  ସଜାଇ ଦେହରେ        ସହର ଆସେ ବାହାରି ll ଗାଆଁର ଦାଣ୍ଡରେ  […]

Subscribe US Now