*ଅ*–ଅଙ୍ଗେ ମାଖି କଙ୍କୁମ
ଭୂଲି ଅଲିଅଳ ପଣକୁ
ଅବଗୁଣ୍ଠନ ର ଛାୟା ତଳେ
ସୀମନ୍ତ ସିନ୍ଦୁର
ଅଗ୍ନି ଶିଖାର ଆହ୍ବାନ ରେ
ଦୁଇପଟ ଶଙ୍ଖା
ଅକୁଣ୍ଠ ଚିତ୍ତେ ଆପଣେଇ
ପାଦର ଅଳତା
ଅଗ୍ନି ପରି ଜଳିବାକୁ
ଅକାତରେ ଦିଏ ପ୍ରତିଶ୍ରୁତି
ହେବାକୁ କାହାର ପତ୍ନୀ ।
*ଭି*—ଭିନ୍ନ ଏକ ଜୀବନକୁ କରି ଆମନ୍ତ୍ରଣ
ଭିନ୍ନ ଏକ ମଣିଷ ସାଥିରେ
ଭିଜି ଯାଏ ସହଧର୍ମିଣୀ ର ବ୍ରତ ପାଇଁ
ଭୀଷଣ ଯାତନା ଜତୁଗୃହେ
ସାଜି ସହଯାତ୍ରୀ
ଭିତତ୍ରସ୍ତ ତାର ହୃଦୟ ଟା
କହିଉଠେ ସେଇଠି ଜଳିବ ତୋ ଯୂଈ ।
*ନେ*–ନେତ୍ର କରି ସଜଳ ମନକରି ଦୃଢ଼
ନେବ ବୋଲି ସାହସ ସଂଯମ
ଉପହାର ସୂତ୍ରେ
ନୈତିକତା ର ସବାରୀ ଚଢ଼ି
ଚାଲି ଯାଏ ବିନା ଦ୍ବିଧାରେ
ନେଇ ଯାଏ ନିୟତି ତାକୁ
ଅଧିଷ୍ଠିତ କରାଇ ଜାୟା ପଦରେ ।
*ତ୍ରୀ*–ତ୍ରିସଂଧ୍ୟା ରେ ପ୍ରଣମି ଦେବତା
ତ୍ରିଶକ୍ତି ଆଧାରେ ବୋଲାଏ ଜନନୀ
ନାମ ତାର ଧରା,ଶକ୍ତି, ଅମୃତା
ତ୍ରିସଙ୍ଗମେ ଝରାଇ
ସତ୍ଯ, ଶାନ୍ତି, ପଵିତ୍ରତା
ତ୍ରିଶଙ୍କୁ ଜୀବନ କୁ କରି ମୂଲ୍ୟାୟନ
ତ୍ରିଅଙ୍କୁଶ ଫାଶେ କାଳ କରେ ଶେଷ
ଅଭିନେତ୍ରୀ ର ଜୀବନ ନାଟିକା ।
ସସ୍ମିତା ପଣ୍ଡା
କଟକ
Readers Interaction