ସ୍ବଭାବ କବି ଗଙ୍ଗାଧର ମେହେର – ନନ୍ଦିନୀ ରାଉତ

Views: 31
0 0
Read Time:2 Minute, 51 Second

ଉତ୍କଳର ମାଟି ଧନ୍ୟ ହୋଇଥିଲା 
   ତୁମକୁ କୋଳରେ ଧରି, 
ତାର ଧୂଳି ରେଣୁ କାନ୍ଦୁଅଛି ଆଜି 
   ତୁମରି ଗୁଣ ସୁମରି…. 1
ରଙ୍ଗାଯୀବ ତୁମେ ଗଙ୍ଗାଧର ଥିଲ 
    ପ୍ରକୃତିର ଉପାସକ , 
ତୁମରି କବିତା ବିଭୋର କରିଛି 
   ଭାଳୁଛନ୍ତି ଆଜି ଲୋକ…. 2
ଇନ୍ଦୁମତୀ, ତପସ୍ୱିନୀ ର ବର୍ଣ୍ଣନା 
   ପ୍ରତି ଅନ୍ତରେ ଜାଗ୍ରତ , 
ପ୍ରଣୟ ବଲ୍ଲରୀ ହୃଦେ ହୃଦେ ଆଜି 
   ଭାବନା କରେ ଉଦିତ…. 3
ଦାରିଦ୍ର୍ୟ କଷଟି ପଥରରେ କଷି 
    ବିଧାତା ଗଢିଲା ତନୁ , 
ସେଥିପାଇଁ ତୁମେ ଅମର ହୋଇଲ 
    ଭୁଲି ପାରୁ ନାହିଁ ମନୁ…. 4
ସାହିତ୍ୟ ସାଧନା ଜୀବନର ବ୍ରତ 
    ଅଭାବ କଷଣ ଘୋର , 
ତା ମଧ୍ୟେ ସଂଗ୍ରାମ ହେ ସ୍ଵଭାଵ କବି 
    ପାଳୁ ଥିଲ ପରିବାର… 5
ଦେବ ଅଂଶୀ ତୁମେ ତୁମ ପାଇଁ ଆଜି 
     ସ୍ମରଣ କରୁଛୁ ଆମେ , 
ଚିର ବନ୍ଦ୍ୟ ତୁମେ ପୁଣ୍ୟ ଭାରତର 
     ରଖିଗଲ ଯଶ ଧାମେ…. 6
କୋଟି ଜନତାର ମଉଡମଣୀ ହେ 
     ପ୍ରଣାମ ଆମ୍ଭର ନିଅ , 
ସରଗ ପୁରରେ ଚିର ଶାନ୍ତି ଲଭି 
     ପ୍ରଭୁ ପାଦେ ଲୀନ ହୁଅ….  7
ନନ୍ଦିନୀ ରାଉତ
 ଅନୁଗୋଳ
Share this :
Next Post

ଅନ୍ ଲାଇନ୍ ଟ୍ରେନିଂ - ସୁଦାମ ସୋଲେମୋନ ଗୋଛି

କରୋନା କାଳରେ ଆମ ଗାଆଁ ସାରେ ନେଉଛନ୍ତି ପରା Training.  ଆମ ସରକାର ଭାରି ପାରିବାର ଜାଣି ଥା ଜବର Cunning. 1 ଅନ ଲାଇନରେ ଆହା ମୋ ଧନରେ ସାଆରେ କରିଲେ Learning. ଶିକ୍ଷକ ଜୀବନ ଇତିହାସେ ଦିନ ହୋଇବ ପଏଣ୍ଟ Turning.2 ମୋବାଇଲ ନେଟ ପାଇଁ ଛଟପଟ ଇଧର ଉଧର Running.   ଆମ୍ବଗଛେ କିଏ ଚଢି ବସି ଯାଏ କିଏସେ ପଢୁଚି Leaning. 3 ଅନ ଲାଇନରେ […]

Subscribe US Now