Read Time:2 Minute, 47 Second
ଭାଇ ଭଉଣୀର ପ୍ରେମ ଯେ ନିଆରା
ଅତୁଟ ସମ୍ପର୍କ ଧରାରେ
ରାକ୍ଷୀର ମୂଲ୍ୟ ଯେ ଭାଇ ଏକା ବୁଝେ
ରହେ ତା’ ଭଉଣୀ ଅନ୍ତରେ |
ହସାଏ, ଖେଳାଏ, କେବେ ସେ କନ୍ଦାଏ
ରାଗିଯାଏ ପୁଣି ଟିକେ କଥାରେ
ଅଶ୍ରୁ ଝରିଗଲେ ଭଉଣୀ ଚକ୍ଷୁରୁ
କୋହ ସୃଷ୍ଟି ହୁଏ ଭାଇ ବୁକୁରେ |
କେତେ ଅଭିମାନ, କେତେ ରାଗରୁଷା
ତଥାପି ଅଟେ ଏ ସମ୍ପର୍କ ଦୃଢ଼
ରାକ୍ଷୀପୁନେଇଁରେ ଭାଇ ଆଶୀର୍ବାଦ
ଭଉଣୀ ନିମନ୍ତେ ଅଟଇ ବଡ଼ |
ଜଗନ୍ନାଥଙ୍କର ଆଶୀର୍ବାଦ ଥାଉ
ଭାଇଭଗିନୀଙ୍କ ଉପରେ
ସମସ୍ତ ବିଶ୍ୱରେ ଶାନ୍ତି ଖେଳିଯାଉ
କେହି ନରୁହନ୍ତୁ କ୍ଳେଶରେ |
ଲିପିପୁଷ୍ପା ସାହୁ
ଚାନ୍ଦବାଲି, ଭଦ୍ରକ
Readers Interaction