ମୋ ପାଗେଳି ଦେଇଛି ରାକ୍ଷୀ – ଚନ୍ଦ୍ରକାନ୍ତ ଜେନା

Views: 16
0 0
Read Time:3 Minute, 43 Second

ଡାକ ବାଲା ଆସି
ଦେଇ ଗଲା ରାକ୍ଷୀ
        ପାଗେଳି ଦେଇଛି ମୋର      !

ରାକ୍ଷୀ ବନ୍ଧନରେ
ପାଖ ନାହିଁ ବୋଲି
        ଭାରି ଅଭିମାନ ତାର          !!

ମୋ ସୁନା ଗେଲ୍ଲେଇ
ମୁହଁ କୁ ଫୁଲେଇ
       ବସିଥିବ ମନ ମାରି              !

ଭାଇ ହାତେ ରାକ୍ଷୀ
ବାନ୍ଧିବା ପାଇଁକି
       ହେଉଥିବ କେତେ ଘାରି       !!

ମୋ ସୁନା ଭଉଣୀ
ନୟନର ମଣୀ
       ଭାଳି ହୋଇ ମୋର କଥା      !

ମା, ପାଖେ ବସି
ହେଉଥିବ ଝୁରି
        ଓଦା କରି ଆଖି ପତା         !!

ଡାକବାଲା ଯାଇ
କହିବୁ ବୁଝାଇ
       ସୁନା ଭଉଣୀକୁ ମୋର          !

କରିବନି ଦୁଃଖ
ଝରାଇଣ ଲୁହ
      ମନେ ବନ୍ଧା ସେହ୍ନ ଡୋର       !!

କହିଥିଲା ଭାଇ
ଆସିବୁ ତୁ ଚାଲି
      ଆସିଲେ ରାକ୍ଷୀ ପୂନେଇଁ         !

ଠକି ବୁନି ମୋତେ
ବାହାନା କରି ‘ତୁ
      କର୍ମ ବ୍ଯସ୍ତ ନାଆଁ ନେଇ        !!

ତୋତେ ‘କି ଠକିବି
ଠକିଛି ‘ମୁଁ ନିଜେ
      ଅଦୃଶ୍ଯ ସେ ବ୍ଯାଧି କୋପେ     !

ଆତ୍ମୀୟଠୁ ଦୂରେ
ରଖିଛି କରୋନା
      ବିଶ୍ବ ମହାମାରି ରୂପେ           !!

ଚନ୍ଦ୍ରକାନ୍ତ ଜେନା
ବଡମ୍ବା
କଟକ

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

2 thoughts on “ମୋ ପାଗେଳି ଦେଇଛି ରାକ୍ଷୀ – ଚନ୍ଦ୍ରକାନ୍ତ ଜେନା

Comments are closed.

Next Post

ରାକ୍ଷୀର ବନ୍ଧନ - ଲିପିପୁଷ୍ପା ସାହୁ

ଭାଇ ଭଉଣୀର ପ୍ରେମ ଯେ ନିଆରା                      ଅତୁଟ ସମ୍ପର୍କ ଧରାରେ  ରାକ୍ଷୀର ମୂଲ୍ୟ ଯେ ଭାଇ ଏକା ବୁଝେ               ରହେ ତା’ ଭଉଣୀ ଅନ୍ତରେ | ହସାଏ, ଖେଳାଏ, କେବେ ସେ କନ୍ଦାଏ              ରାଗିଯାଏ ପୁଣି ଟିକେ କଥାରେ […]

Subscribe US Now