ବିମଳ ସମ୍ପର୍କର ସାକ୍ଷୀ – ଅନାମ ଚରଣ ସାହୁ

Views: 17
0 0
Read Time:2 Minute, 6 Second

ଭାଇପଥ ଚାହିଁ ଭଉଣୀ ରହିଛି
ବିଦେଶେ ରହୁଛି ଭାଇ
ପରିବାର ପାଇଁ ଦାଦନ ଖଟୁଛି
ଦୁଃଖେ କାଳ କଟୁଥାଇ।
ରାକ୍ଷୀପୁନେଇଁରେ ଭାଇଙ୍କ ହସ୍ତରେ
ଇଛା ସେ ବାନ୍ଧିବ ରାକ୍ଷୀ
ସିନ୍ଦୂର କଲିକୁ ଚନ୍ଦନ ଟିପାଟି
ଖୁସି ହେବ ଥରେ ଦେଖି।
କାମଧନ୍ଦା ନାହିଁ ରୋଜଗାର କାହିଁ
ତାଲା ପଡିଅଛି କାମ
ପକେଟ ଭାଇର ହେଲାଣି ଶ୍ରୀହୀନ
ଅପୂର୍ଣ୍ଣ ତା ମନସ୍କାମ।
ଫେରିବାକୁ ଇଛା ଜନମ ମାଟିକୁ
ହେଲେ ପାରୁନାହିଁ ଫେରି
କରୋନା ଭୂତାଣୁ ଚତୁର୍ଦିଗେ ମାତି
ବିପଦେ ପକାଏ ଭାରି।
ରକ୍ଷାସୂତ୍ର ଗୋଟି ଭଉଣୀ ବାନ୍ଧିଣ
କୁହନ୍ତା କରିବୁ ରକ୍ଷା
ଧନ ଦରବରେ ନାହିଁ ଆଶା ମୋର
ସ୍ନେହ ସୁଧା କରେ ଭିକ୍ଷା।
ଏତିକି ଶ୍ରବଣେ ଭାଇର ହୃଦୟ
ଆନନ୍ଦେ ଯାଆନ୍ତା ଭରି
ଭାଇ ଭଉଣୀର ବିମଳ ସମ୍ପର୍କ
ଅମଳିନ ଯୁଗ ସରି।

ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର,ପୁରୀ

Share this :
Next Post

ବ୍ୟଙ୍ଗ#ରାକ୍ଷୀ - ସଞ୍ଜୟ କୁମାର ସାହୁ

ଥିଲି ଭାଗ୍ୟବାନ     ଭାଈଟିଏ ମୁହିଁ     ଧରମ ଭଉଣୀ ହଜାରରାକ୍ଷୀ ପୁନେଇଁ ରେ  ସକାଳୁ ସକାଳୁ     ହେଉଥିଲେ ସବୁ ହାଜର      ସମ୍ପର୍କ ତ’ ବର୍ଷ ବର୍ଷର,ମନା ମୁଁ କରେନି କେବେବି କାହାକୁ     ପରକୁ ଭାବି ମୁଁ ନିଜର। ଡାକ ରେ ନୁହେଁ କି ହାତରେ ବି ନୁହେଁ     ରାକ୍ଷୀ ମିଳିଲାନି କାହାରଥିଲେ ଯେତେ ମୋର  ଧରମ ଭ‌ଉଣୀ        ଦରଶନ ନାହିଁ କାହାର     କରୋନା ଦେଇଛି ପାହାର,ସମ୍ପର୍କଟା ଏତେ   ମାନ୍ଦା ହେବ ବୋଲି        […]

Subscribe US Now