ରାକ୍ଷୀ – ସାଗର କୁମାର ପରିଡା

Views: 19
0 0
Read Time:3 Minute, 34 Second

ରାକ୍ଷୀ ଗୋ ତୁମେ ବନ୍ଧନର ପର୍ବ ଆମ ଏ ଭାରତ ବର୍ଷେ
ଭାଇ ଭଉଣୀର ମମତା ବନ୍ଧନେ ସେନେହ ଶେଫାଳୀ ହସେ ।।

ଝରା ଶ୍ରାବଣରେ ଭିଜା ସରାଗରେ ଏ ଦେଶ ଭଉଣୀ
ଭାଇ ହସନ୍ତି ଆନନ୍ଦେ ଜୀବନ ଗୀତିରେ କୃଷି ଜୀବିକାକୁ ନେଇ ।।

ମେଘମାଳା ସବୁ ସ୍ୱାଗତ କରନ୍ତି କରିଣ ପୁଷ୍ପ ବର୍ଷଣ
ହଳାୟୂଧ ବଳଦେବ ପୂଜାପାନ୍ତି ଜନମ ତିଥି ପାଳନ ।।

ମା ମାଟି ପ୍ରୀତି ମାନବ ସମ୍ବଳେ ଗୋରୁଗାଈଙ୍କ ସମ୍ପର୍କ 
ଏହି ଦିନଟିର ପରମ ବୈଶିଷ୍ଟ୍ୟ ମାନବ ପ୍ରାଣୀ ସୁସଙ୍ଗ ।।

ତ୍ୟାଗ ପ୍ରେମ ଆଉ କର୍ତ୍ତବ୍ୟ ଦାୟିତ୍ୱେ ସଂକଳ୍ପର ରକ୍ଷାସୂତ୍ର
ସୁରକ୍ଷା ବଳୟେ ସର୍ବ ନିରାପଦ ସହଯୋଗ ପର୍ବଭେଦ ।।

ରାକ୍ଷୀ ବାନ୍ଧି ଦେଇ ଭଉଣୀ ସର୍ବଦା ଭାଇର ଶୁଭମନାସେ
ଭାଇ ହୋଇଥାଏ ରକ୍ଷାକବଚଟେ ଗେହ୍ଲେଇ ଭଉଣୀପାଶେ ।।

ମାତା ଲଷ୍ମୀ ବଳୀ ହାତେ ବାନ୍ଧିଥିଲେ ପ୍ରେମରେ ରକ୍ଷା କବଚ
ଦେବତା ଦାନବ ମାନବ  ମାନଙ୍କ କରିଥିଲେ ବହୁ ହିତ ।।

ଦ୍ୱାପର ଯୁଗରେ ଦ୍ରୌପଦୀ ବାନ୍ଧିଲେ କୃଷ୍ଣଙ୍କ ହାତରେରାକ୍ଷୀ 
କୋଟି ବସ୍ତ୍ରଦେଇ ମହତ୍ ରଖିଲେ ସମୟ ରହିଛି ସାକ୍ଷୀ ।।

ବରଷା ବାନ୍ଧିଲେ ଇନ୍ଦ୍ରଦେବ ହସ୍ତେ ସପ୍ତବର୍ଣ୍ଣାଳୀର ରାକ୍ଷୀ
ସେ ସପ୍ତବର୍ଣ୍ଣର ଅପୂର୍ବ ସୌନ୍ଦର୍ଯ୍ୟ ମନ ରହିଯାଏ ଲାଖି ।।

ଇତିହାସ ବକ୍ଷେ ରାକ୍ଷୀର ରୋଷଣୀ କରିଛି ପ୍ରୀତିସଂଯୋଗ 
ରାକ୍ଷୀର ମହତ୍ ବୁଝିବା ସରବେ ସଂସ୍କୃତିର ସଉରଭ ।।

ସାଗର କୁମାର ପରିଡା
ଚଣ୍ଡିମଙ୍ଗଳ,  ବଡମ୍ବା,କଟକ

Share this :
Next Post

ବିମଳ ସମ୍ପର୍କର ସାକ୍ଷୀ - ଅନାମ ଚରଣ ସାହୁ

ଭାଇପଥ ଚାହିଁ ଭଉଣୀ ରହିଛିବିଦେଶେ ରହୁଛି ଭାଇପରିବାର ପାଇଁ ଦାଦନ ଖଟୁଛିଦୁଃଖେ କାଳ କଟୁଥାଇ।ରାକ୍ଷୀପୁନେଇଁରେ ଭାଇଙ୍କ ହସ୍ତରେଇଛା ସେ ବାନ୍ଧିବ ରାକ୍ଷୀସିନ୍ଦୂର କଲିକୁ ଚନ୍ଦନ ଟିପାଟିଖୁସି ହେବ ଥରେ ଦେଖି।କାମଧନ୍ଦା ନାହିଁ ରୋଜଗାର କାହିଁତାଲା ପଡିଅଛି କାମପକେଟ ଭାଇର ହେଲାଣି ଶ୍ରୀହୀନଅପୂର୍ଣ୍ଣ ତା ମନସ୍କାମ।ଫେରିବାକୁ ଇଛା ଜନମ ମାଟିକୁହେଲେ ପାରୁନାହିଁ ଫେରିକରୋନା ଭୂତାଣୁ ଚତୁର୍ଦିଗେ ମାତିବିପଦେ ପକାଏ ଭାରି।ରକ୍ଷାସୂତ୍ର ଗୋଟି ଭଉଣୀ ବାନ୍ଧିଣକୁହନ୍ତା କରିବୁ ରକ୍ଷାଧନ ଦରବରେ ନାହିଁ ଆଶା […]

Subscribe US Now