ରାକ୍ଷୀ – ମୃତ୍ୟୁଞ୍ଜୟ ସାହୁ

Views: 26
0 0
Read Time:2 Minute, 35 Second

 

ରାକ୍ଷୀ
ଏକ ସାଧାରଣ ଫିତା ନୁହେଁ,
ସେ ଅଟେ
ଭଉଣୀର ସ୍ନେହ
ଓ ଭାଇର ମମତା l

ଏକ ପ୍ରତିଶୃତିର ବାର୍ତ୍ତା,
ଏକ ସୁରକ୍ଷାର ଚେତନା l

ଦିନେ ଦ୍ରୌପଦୀ ବାନ୍ଧିଥିଲେ
କୃଷ୍ଣ ହାତରେ,
ଆଉ ସେଇ ପ୍ରତିଶୃତି ପାଇଁ,
କୁରୁସଭାରେ
କୋଟି ବସ୍ତ୍ର ଦେଇ
ରକ୍ଷା କରିଥିଲେ ଦ୍ରୌପଦୀଙ୍କ ସଂମ୍ମାନ l

ସୁଭଦ୍ରା ବି ବାନ୍ଧିଥିଲେ
ବଳଭଦ୍ରଙ୍କ ଜନ୍ମଦିନରେ,
ଏହି ସୁରକ୍ଷାର ଫିତା l
ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କ ହାତରେ,
ଆଉ ସେଥିପାଇଁ ବୋଧେ,
ପବିତ୍ର ଘୋଷଯାତ୍ରାରେ
ମାତା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି
ମାଉସୀ ଘରକୁ ଯାଆନ୍ତି
ସୁଭଦ୍ରା ସାଥିରେ…

ଆଜି ଆଉ ଏକ ଭଉଣୀ
ସେଇ ଆଶା ଓ ବିଶ୍ୱାସ ରଖି
ନିଜର ସୁରକ୍ଷା ପାଇଁ ବାନ୍ଧୁଛି ରାକ୍ଷୀ
ଗୋଟିଏ ଭାଇ ହାତରେ…….

(ପରିଶେଷରେ ସମସ୍ତଙ୍କୁ ଅନୁରୋଧ ନାରୀ ମାନଙ୍କୁ ସଂମ୍ମାନ ଦିଅନ୍ତୁ, ନାରୀ ମାନଙ୍କର ସୁରକ୍ଷା ଆମ ସମସ୍ତଙ୍କର କର୍ତବ୍ୟ ହେବା ଆବଶ୍ୟକ, ସମସ୍ତଙ୍କୁ ନିଜର ଭଉଣୀଟିଏ ଭଵି)

ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601

Share this :
Next Post

ରାକ୍ଷୀ - ଶୁଭ ଲକ୍ଷ୍ମୀ ବେହେରା

ବିଧାତା ତୁମେ ଭାରି କୃର, ଏକଥା ନିତି ମୁଁ ଭାଳି ହୁଏ,ରାକ୍ଷୀ ପୂର୍ଣ୍ଣିମା ରେ ଏହି ଭାବନା ପ୍ରତ୍ୟକ୍ଷ ରେ ଅଙ୍କୁରିତ ହୋଇଥାଏ। କି ଦୋଷ କରିଥିଲି ତୁମର,ଭାଇ ଟିଏ ମୋତେ ନ ଦେଲ ଚିତ୍କାର କରି ଉଠେ ମୁଁ,କଣ ମୋ ପ୍ରାର୍ଥନା,ଗୁଞ୍ଜରିତ ହେଉ ନାହିଁତୁମ କର୍ଣ୍ଣ ଗହ୍ୱରରେ? ପିଲାଟି ଦିନରୁ ଏକା ହିଁ ଜନ୍ମିଛିଭାଇ ଭଉଣୀ ର ସ୍ନେହ, ପ୍ରେମ ଭଲପାଇବା, କେବେ ଉପଲବ୍ଧିନ କରି ପାରିଛି। କାଳେ […]

Subscribe US Now