Read Time:1 Minute, 59 Second
ଆମ ଭାରତ କୃଷି ପ୍ରଧାନ ଦେଶ।
କୃଷକ ଏଠି ମୁଖ୍ୟ।
ସେ ଯୋଗାଇ ଆହାର
ଆମ ମୁହଁରେ ହସ ଭରିଦିଏ ଅପାର …….।
ହେଲେ କୃଷକ କେତେ ଆଉ ସହିବ।
ଖରା,ବର୍ଷା ,ଶୀତ ତ
କେବେ ଚକଡl ପୋକ
ଧାନପାଚି ଯେବେ ଝଡିଯାଏ
କେତେ ଅମଳ କରିଥିଲା କଷ୍ଟ ରେ…..।
ବନ୍ୟା ହେଲେ ତା ବିଲରେ
ଆଣ୍ଠୁଏ ଆଣ୍ଠୁଏ ପାଣି ।
ଅସରl ଅସରl ବର୍ଷା ରେ
ଭାଷେ ତା ଚାଷ ଜମି ।
ଏଇ ଲକ ଡାଉନ ପରିସ୍ଥିତି ରେ ।
କେତେ ଫସଲ ତାର ହୁଏ ନଷ୍ଟ ।
ଏବେ ସେଇ ଚାଷୀ
ପରିସ୍ଥିତି ଜଟିଳ ।
ଆସନ୍ତୁ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼େଇବା l
ଯେମିତି ସେ ଡରିବନି ଜୀବନ ହାରିବନି।
ସେ ହିଁ ପ୍ରକୃତ ଦେଶର ସାରଥୀ ଜୟ କୃଷକ କହି
ସେମାନଙ୍କୁ ସମ୍ମାନ ଦେବା
ରୀତା ଅପରାଜିତା ମହାନ୍ତି
ପ୍ଲଟ ନ -୮୩(ସି)
ଆମ୍ରପଲ୍ଲୀ ,ଭୁବନେଶ୍ବର -୨୧
Readers Interaction