ଅନ୍ତରଙ୍ଗ ବନ୍ଧୁ – ବିନୋଦିନୀ ଦାଶ

Views: 19
0 0
Read Time:3 Minute, 27 Second

ଅ-ଅନ୍ତରଙ୍ଗ ବନ୍ଧୁ କେବଳ ଅଟଇ
   ସବୁ ବନ୍ଧୁଠାରୁ ଶ୍ରେଷ୍ଠ
   ଅନ୍ତରର କଥା ବନ୍ଧୁଠାରୁ ଶୁଣି
   ଲୁଚାଇ ଦିଏ ସେ ପେଟ ।
ନ-ନଭାବଇ କେବେ ବନ୍ଧୁଟିକୁ ପର
    ଚଳେ କରି ଏକ ମନ
    ନରୁଚଇ ତାକୁ ଜୀବନ ଯାତ୍ରାରେ
    ବନ୍ଧୁ ବିନା ଜଳ,ଅନ୍ନ ।
ତ-ତରଣୀ ତାହାର ବାହି ଚାଲିବାରେ
    ସେହି ବନ୍ଧୁ ଥାଏ ସାଥେ
    ତାହାର ପ୍ରତ୍ୟେକ ସୁପରାମର୍ଶରେ
    କଣ୍ଟା ନପଡ଼ଇ ପଥେ ।
ର-ରବିଙ୍କ ଉଦୟ ଅସ୍ତ ଯେଉଁପରି
    ଅଟଇଟି ଧ୍ରୁବ ସତ୍ୟ
    ରହିଥାଏ ତାଙ୍କ ସମ୍ପର୍କ ସେମିତି
    ଜୀଇଁଥିବା ଯାଏ ନିତ୍ୟ ।
ଗ-ଗମଗମ ଝାଳ ଜଣକ ଦେହରୁ
    ବହେ ଆନ ବିପଦରେ
    ଗାୟନ କରେ ସେ ବିଭୁଙ୍କ ପ୍ରାର୍ଥନା
    ବନ୍ଧୁର ଶୁଭ ଇଚ୍ଛାରେ ।
ବ-ବନ୍ଧୁର ବିପଦ ନିଜର ବିପଦ
   ସମ ବୋଲି ଭାବେ ମନ
   ବାନ୍ଧବ ପଣକୁ ସତ୍ୟ ସୂତ୍ରେ ବାନ୍ଧି
   ଯୋଡିବାର ଥାଏ ଧ୍ୟାନ ।
ନ-ନଥାଏ ମନରେ ଛନ୍ଦ କି କପଟ
   ଜଣେ ଜଣକର ପାଇଁ
   ନଇଁ ପଡିବାରେ ଜଣେ ଜଣ ପାଇଁ
   ମନେ ଶୋଚନା ନଥାଇ ।
ଧ-ଧରାରେ ଏମିତି ଅନ୍ତରଙ୍ଗ ବନ୍ଧୁ
   ମିଳନ୍ତି ପ୍ରାୟ କ୍ବଚିତ
   ଧର୍ମ ରକ୍ଷା ପାଇଁ ଭଗବାନ କୃଷ୍ଣ
   ସାଜିଥିଲେ ଦିନେ ଦୂତ

ବିନୋଦିନୀ ଦାଶ, କୁରୁଆଁ, ଯାଜପୁର
ଭ୍ରାମ୍ୟଭାଷ-୯୪୩୯୨୦୫୧୬୬

Share this :
Next Post

ମୁଁ ଭଲ ପାଏ - ବିଜୟ କୁମାର ସ୍ବାଇଁ

ମୁଁ ଭଲପାଏ ମାଆ କୁ ଗରଭେ ଧରି ଯେ  ଜନମ ଦେଇଛି ସୁଝିଛି କେ ତାର ଋଣ କୁ,     ମୁଁ ଭଲ ପାଏ ମାଆ କୁ। ମୁଁ ଭଲପାଏ ମାଆ କୁ ଯା ପାଣି ପବନେ  ଏ ଶରୀର ର ଗଢା  ନ ଭୁଲିବି କେବେ ତାହାକୁ,   ମୁଁ ଭଲ ପାଏ ମାଆ କୁ। ମୁଁ ଭଲ ପାଏ ମାଆ କୁ ଅମୃତ ସମାନ  କ୍ଷୀର […]

Subscribe US Now