ସମ୍ପର୍କ – ପ୍ରେମ୍ ଜଗତ

Views: 17
0 0
Read Time:1 Minute, 46 Second

ସମ୍ପର୍କ ଆମର

ଅଟେ ବନ୍ଧୁତ୍ବ ର

ସ୍ନେହ ମମତାର ଡୋରି ,,,

ଅତ୍ରୃଟ ରହିବ

ଆମ ଏ ସମ୍ପର୍କ

ଜିବ ନାହି କେବେ ଝରି ,,,।।

ଅମୃତ ସମ

ଆମ ସ୍ନେହ ପ୍ରେମ

ରହିଥିବ ଚିରଦିନ ,,,

ମୋ ରାଣ ରହିଲା

କେବେ ମୋ ସାଥିରେ

କରିବନି ଅଭିମାନ ,,,।।

ଏ ସମ୍ପର୍କ ନୁହେଁ

ଅଢେଇ ଦିନ

ଏତ ଜନ୍ମ ଜନ୍ମ ପାଇଁ ,,,

ଦୁଖରେ ସୁଖରେ

ଝଡ ବିପଦରେ

ରହିଥିବି ଛାଇ ହୋଇ ,,,।।

ଲୁହ ଦେବିନାହିଁ

ଆଖିରେ ତୁମର

ହସ ଦେଉଥିବି ନୀତି ,,,

ରହିଛି ରହିବ

ଚୀରଦିନ ପାଇଁ

ଅମ ସମ୍ପର୍କର ସୃତୀ ,,,।।

ସମ୍ପର୍କ ଏମିତି

ଅଭୁଲା ସମ୍ପତ୍ତି

ଭୁଲି ହୁଏନାହିଁ ଜମା ,,,

ଦିନକୁ ଦିନ

ବଢି ଚାଲିଥାଏ

ନ ଥାଏ ତା ସିଦ୍ଧି ସୀମା ,,,।।

ପ୍ରେମ୍ ଜଗତ

ଚନ୍ଦାହାଣ୍ଡି , ନବରଙ୍ଗପୁର , ଓଡିଶା

Share this :
Next Post

ପ୍ରଥମ ପ୍ରେମ - ଅଶୋକ କୁମାର ପରିଡା

ପ୍ରେମ ମୋତେ ହୋଇଗଲା ପ୍ରଥମ ଦେଖାରେ ମନମୋର ରହେନାହିଁ ମୋ ସୀମା ଭିତରେ।। ଦୁଇ ଆଖିତାର କାଚ କେନ୍ଦୁଝର ପାଣି ଥରୁଟେ ଦେଖାରେ ମୋର ମନ ନେଲା କିଣି।। ଗୋଲାପ ପାଖୁଡା ପରି ତାରଦୁଇ ଓଠ ମୁରୁକି ହସରେ ମୋତେ କଲା ଛଟପଟ।। ଖୋଲା କେଶ ତାର ଉଡେ ଫରଫର ଯେମିତିକି ପରୀଟିଏ ଝାଡୁଛି ତା ପର।। ଚନ୍ଦ୍ର ପରି ଦିଶୁଥାଏ ତାମୁଖ ମଣ୍ଡଳ ଚନ୍ଦ୍ରମା କିରଣ ତାର ନୟନ […]

Subscribe US Now