ପ୍ରେମ ମୋତେ ହୋଇଗଲା ପ୍ରଥମ ଦେଖାରେ
ମନମୋର ରହେନାହିଁ ମୋ ସୀମା ଭିତରେ।।
ଦୁଇ ଆଖିତାର କାଚ କେନ୍ଦୁଝର ପାଣି
ଥରୁଟେ ଦେଖାରେ ମୋର ମନ ନେଲା କିଣି।।
ଗୋଲାପ ପାଖୁଡା ପରି ତାରଦୁଇ ଓଠ
ମୁରୁକି ହସରେ ମୋତେ କଲା ଛଟପଟ।।
ଖୋଲା କେଶ ତାର ଉଡେ ଫରଫର
ଯେମିତିକି ପରୀଟିଏ ଝାଡୁଛି ତା ପର।।
ଚନ୍ଦ୍ର ପରି ଦିଶୁଥାଏ ତାମୁଖ ମଣ୍ଡଳ
ଚନ୍ଦ୍ରମା କିରଣ ତାର ନୟନ ଯୁଗଳ।।
ସେଦୁଇ ନୟନେ କଜ୍ଜଳର ଧାର
ଯେମିତି ଗଗନେ ଛାଇ କଳା ବାଦଲର।।
ଚାଲି ତାହାର ଢଳିଢଳି ମନ ମୋ କିଣିନିଏ
ଲାଗେଯେପରି ଚାଲୁଛି ରାଜ ହସୀଁଟିଏ।।
ଚାଲିଗଲେ ସେ ଯେଉଁବାଟେ ପଦ୍ମ ଫୁଟିଯାଏ
ହୃଦୟ ଭିତରେ ମୋର ବସା ବାନ୍ଧିଯାଏ।।
ହାତେ ଚୁଡି ଶବଦ ମୋ କାନେ ଯେବେ ଶୁଭେ
ହୃଦୟ ଭିତରେ ମନପକ୍ଷୀ କିଛିକିଛି ଭାବେ।।
କହିବାକୁ ଚାହେଁତାକୁୁ ମନ କିଛି ମୋର
ଦେଖିଦେଲେ ପାଖେଯାଇ ଲାଗେଭାରି ଡର।।
ଜାଣିବାକୁ ନାଁ ତାର ମନ ଚାହେଁ ବାରମ୍ବାର
କହିଦେଲି ମନକୁ ମୋ ପଚାରିବି ଆଗଥର ।।
ଅଶୋକ କୁମାର ପରିଡା
ଓଉପଦା,ଵାଲେଶ୍ଵର
Readers Interaction