ସପ୍ତକ#ବର୍ଷା – ସାଗର କୁମାର ପରିଡା

Views: 32
0 0
Read Time:59 Second

ସାଙ୍ଗରେ ତୁ ଆଣିଥାଉ କଳା ମେଘମାଳା
ବରଷି ତୁ ଟୋପା ଟୋପା ଜଳ ଧରିତ୍ରୀ ଉପରେ
ନୂତନ ଜୀବନ ଦେଉ ଉତ୍ତପ୍ତ ଅନଳେ ଦଗ୍ଧ ପ୍ରାଣୀ ଓ ଉଦ୍ଭିଦେ
ତୋ ପ୍ରେମର ଅମୀୟ ସ୍ପର୍ଶରେ
ସବୁଜିମା ହୋଇଉଠେ ଟାଙ୍ଗରାର ଭୂଇଁ
ଅନ୍ନଦାତା ମୁଖେ ହସ ଫୁଟାଇ ତୁ ଥାଉ
ଅନ୍ନଶସ୍ୟର ଭଣ୍ଡାର ଜୀବଙ୍କୁ ଯୋଗାଉ   !!
ସାଗର କୁମାର ପରିଡା
ଚଣ୍ଡିମଙ୍ଗଳ
ବଡମ୍ବା
କଟକ
Share this :
Next Post

ଅନ୍ତରଙ୍ଗ ବନ୍ଧୁ - ବିନୋଦିନୀ ଦାଶ

ଅ-ଅନ୍ତରଙ୍ଗ ବନ୍ଧୁ କେବଳ ଅଟଇ    ସବୁ ବନ୍ଧୁଠାରୁ ଶ୍ରେଷ୍ଠ   ଅନ୍ତରର କଥା ବନ୍ଧୁଠାରୁ ଶୁଣି   ଲୁଚାଇ ଦିଏ ସେ ପେଟ ।ନ-ନଭାବଇ କେବେ ବନ୍ଧୁଟିକୁ ପର    ଚଳେ କରି ଏକ ମନ    ନରୁଚଇ ତାକୁ ଜୀବନ ଯାତ୍ରାରେ    ବନ୍ଧୁ ବିନା ଜଳ,ଅନ୍ନ ।ତ-ତରଣୀ ତାହାର ବାହି ଚାଲିବାରେ    ସେହି ବନ୍ଧୁ ଥାଏ ସାଥେ    ତାହାର ପ୍ରତ୍ୟେକ ସୁପରାମର୍ଶରେ    କଣ୍ଟା ନପଡ଼ଇ ପଥେ ।ର-ରବିଙ୍କ ଉଦୟ ଅସ୍ତ ଯେଉଁପରି    ଅଟଇଟି […]

Subscribe US Now