ବ୍ଯଙ୍ଗ#ବନ୍ଧୁ – ପ୍ରଶାନ୍ତ କୁମାର ସ୍ବାଇଁ

Views: 16
0 0
Read Time:2 Minute, 1 Second

Friendship ପାଳିବେ ବନ୍ଧୁଗଣ ବୋଲି, 
ଆପଣା ଟଙ୍କାରେ RUM ମଗେଇଲି   |
ସେଦିନ ଥିଲା friendship day, 
ମୋହର କରିବାକୁ ଥିଲା pay   |
ନିଶାର୍ଦ୍ଧ ରାତ୍ରିରେ ବନ୍ଧୁଙ୍କ ଗହଣ, 
ପୁଣି RUM ସାଙ୍ଗକୁ ଚାଖଣ  |
ଗଗନେ ଉଡୁଛି ମନେ ହେଉଥିଲା,
  ହେଲେ ଦେଖିଲି ଯେବେ ମୁଁ ଧଡ଼ି ଠିଆ ପାଲା   |
ଦେଖିଦେଇ ମୁଁ ତା wife ରୂପ,
  ମନେ ପଡିଗଲା ମୋ ଘରଣୀ ପ୍ରକୋପ   |
ଘରମୁଖା ହୋଇ ଧରିଲି ଟ୍ରେନ, 
ପର୍ସ; paytm check କରି ମୁଣ୍ଡ ହେଲା ଖାଲି pain  |
ମନକୁ ମନ କହିଲି; ମାସକ ଦରମା ତୋର ଗଲାରେ ଗବା, 
Wife କୁ ନଜଣେଇ କରିଲୁ swipe; wife ଦବ ଝାଡୁ ସେବା  |
ମନେ ସ୍ଥିର କଲି ଆଜିଠୁ ; RUM କୁ କରିବି bye bye, 
ଯେତେ ସବୁ ସାଙ୍ଗ RUM ର ସଙ୍ଗ ଦେଖିଲେ କରିବି hello, hi   |
ପ୍ରଶାନ୍ତ କୁମାର ସ୍ୱାଇଁ 
ବଡମ୍ବା
କଟକ
Share this :
Next Post

ସପ୍ତକ#ବର୍ଷା - ସାଗର କୁମାର ପରିଡା

ସାଙ୍ଗରେ ତୁ ଆଣିଥାଉ କଳା ମେଘମାଳା ବରଷି ତୁ ଟୋପା ଟୋପା ଜଳ ଧରିତ୍ରୀ ଉପରେ ନୂତନ ଜୀବନ ଦେଉ ଉତ୍ତପ୍ତ ଅନଳେ ଦଗ୍ଧ ପ୍ରାଣୀ ଓ ଉଦ୍ଭିଦେ ତୋ ପ୍ରେମର ଅମୀୟ ସ୍ପର୍ଶରେ ସବୁଜିମା ହୋଇଉଠେ ଟାଙ୍ଗରାର ଭୂଇଁ ଅନ୍ନଦାତା ମୁଖେ ହସ ଫୁଟାଇ ତୁ ଥାଉ ଅନ୍ନଶସ୍ୟର ଭଣ୍ଡାର ଜୀବଙ୍କୁ ଯୋଗାଉ   !! ସାଗର କୁମାର ପରିଡା ଚଣ୍ଡିମଙ୍ଗଳ ବଡମ୍ବା କଟକ

Subscribe US Now