ମାଲକାନଗିରି – ମୃତ୍ଯୁଞ୍ଜୟ ସାହୁ

Views: 25
0 0
Read Time:3 Minute, 13 Second

ପ୍ରକୃତିର ଗନ୍ତାଘର
         ମାଲକାନଗିରି l
କଳ୍ପନା କରିବ କିଏ
        ସୌନ୍ଦର୍ଯ୍ୟ ତାହାରି ll
ଝରଣାର କୁଳୁ କୁଳୁ
          ଶବଦ ମଧ୍ୟରେ l
ମନ ମୋର ହଜିଯାଏ
        ପ୍ରକୃତି କୋଳରେ ll
କୋଇଲିର କୁହୁ କୁହୁ
        ବାଘର ଚିତ୍କାର l
ଭୟ ମିଶା ଆନନ୍ଦରେ
        ବୁଲେ ଏକାନ୍ତର ll
ବୁଲି ବୁଲି ଦେଖୁଥାଏ
        ରୂପ ପ୍ରକୃତିର l
ବିଚିତ୍ର ସମ୍ଭାର ଇଏ
     ଅଟେ ବିଭୁଙ୍କର ll
କେବେ ଦେଖେ ହରିଣଟି
        ମନ ଆନନ୍ଦରେ l
ଡେଇଁ ଡେଇଁ ଖେଳୁଥାଏ
         ସବୁଜ ବନରେ ll
କେବେ ପୁଣି ଭୟଭୀତ
         ବାଘ ରୂପ ଦେଖି l
ଲୁଚାଏ ତା ଶରୀରକୁ
          ପତ୍ର ମଧ୍ୟେ ଢାଙ୍କି ll
ବର୍ଣ୍ଣିଲେ କି ବର୍ଣ୍ଣି ହେବ
        ତାହାରି ରୁପକୁ l
ଅପୂର୍ଵ ସୁନ୍ଦରୀ ଲାଗେ
        କବି ଭାବନାକୁ ll
ସବୁଜ ଶାଢ଼ୀକୁ ଢାଙ୍କି
        ଶରୀରେ ତାହାର l
ବିମୋହିତ କରିଥାଏ
         ମନ ସଭିଙ୍କର ll

*ମୃତ୍ୟୁଞ୍ଜୟ ସାହୁ*
*ବଡମ୍ବା, କଟକ*

Share this :

Average Rating

5 Star
0%
4 Star
0%
3 Star
0%
2 Star
0%
1 Star
0%

2 thoughts on “ମାଲକାନଗିରି – ମୃତ୍ଯୁଞ୍ଜୟ ସାହୁ

Comments are closed.

Next Post

ବ୍ଯଙ୍ଗ#ବନ୍ଧୁ - ପ୍ରଶାନ୍ତ କୁମାର ସ୍ବାଇଁ

Friendship ପାଳିବେ ବନ୍ଧୁଗଣ ବୋଲି,  ଆପଣା ଟଙ୍କାରେ RUM ମଗେଇଲି   | ସେଦିନ ଥିଲା friendship day,  ମୋହର କରିବାକୁ ଥିଲା pay   | ନିଶାର୍ଦ୍ଧ ରାତ୍ରିରେ ବନ୍ଧୁଙ୍କ ଗହଣ,  ପୁଣି RUM ସାଙ୍ଗକୁ ଚାଖଣ  | ଗଗନେ ଉଡୁଛି ମନେ ହେଉଥିଲା,   ହେଲେ ଦେଖିଲି ଯେବେ ମୁଁ ଧଡ଼ି ଠିଆ ପାଲା   | ଦେଖିଦେଇ ମୁଁ ତା wife ରୂପ,   ମନେ ପଡିଗଲା ମୋ ଘରଣୀ […]

Subscribe US Now