ବିଦାୟ ଦୀପା – ମୃତ୍ୟୁଞ୍ଜୟ ସାହୁ

Views: 33
0 0
Read Time:2 Minute, 44 Second

କୃଷ୍ଣଚୂଡ଼ା ରଙ୍ଗ
        ଓଢଣୀ ଉଡେଇ
                ଦୀପା ତୁମେ ଆସିଥିଲ l
ନବମ ଶ୍ରେଣୀର
      ଝିଅଟିଏ ହୋଇ
               ସବୁରି ମନ କିଣିଲ ll
ତୁମରି ମିଛକୁ
      ଭାବି ସବୁ ସତ
            ସଭିଏଁ ହେଲେ ଦିୱାନା l
ମସ୍ତ ମସ୍ତ ଚାଲି
      ଆଖିରେ ମାରିଲ
          ଆଗୋ ମୋ ନୀଳ ନୟନା ll
ଷୋହଳ ବୟସେ
      ମଲ୍ଲୀ ଫୁଲ ବାନ୍ଧି
              ଗଭାକୁ ସଜାଉ ଥିଲ l
ପୁଚୁକି ପୁଚୁକି
      ଗାଲରେ କଣ୍ଢେଇ
            ପରି ତୁମେ ଲାଗୁଥିଲ ll
ଟଣା ଟଣା ଆଖି
     କହୁଥିଲା ତୁମ
            ଏକେଡା ଏକେଡା କିଛି l
ଆଜି ସେହି ଆଖି
      ଯୌବନ ଖରାରେ
              ମଳିନ ପଡି ଯାଇଛି ll

ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601

Share this :
Next Post

ମଦ ମହାଭାରତ - ଅମରଜିତ୍ ମଲ୍ଲିକ

ତଣ୍ଟିରେ ପଡିଲେ ଟିକିଏ ମଦ  ଦୁନିଆରେ ସବୁ ଲାଗିବେ ଗଧ । ଧର୍ମ କର୍ମ ସବୁ ଚୁଲିକି ଯାଉ  ମଦ ସାଥେ ଚାଖଣ ପାଖରେ ଥାଉ । ମଦର ଏବେ ବଢିଲା ଦାମ କାଉଣ୍ଟର ଆଗରେ ବଢିଲା ଜାମ୍ । ଏବେ ହେଲା ସବୁ ଅନଲାଇନ୍  ଘରେ ବସି ଚାଲିବ କାଇଦା କାନୁନ୍ । ବାସନ କୁସନ ବନ୍ଧାକୁ ଯାଉ ମଦ ଆଉ ମାଂସ ପାଟିରେ ଥାଉ । ଏମନ୍ତ […]

Subscribe US Now