ସମୟ – ରେଣୁକା ସାମଲ

Views: 23
0 0
Read Time:1 Minute, 55 Second

ବେପରୁଆ ଭାବେ ସମୟଟା
ଘୋଷାରି ନେଉଥିଲା
ପ୍ରପଞ୍ଚତା ଥିଲା
 ଇଏ ଜୀବନ ନାଟକର
ସମୟଟା ବ୍ୟସ୍ତ ଥିଲାବେଳେ
ଖସି ଆସିଥିଲି
କରଣିୟ ଯାହା
ଛାଡ଼ିଦେଇ
ଗୋଟାଇଲି ଯେତେ ସବୁ 
ଚିକ୍ ମିକ୍ ଶାମୁକା
ସମୟ ବେଳାରୁ ।
ପାଦଟା ଖସୁଥିଲା 
ସମୟର ଖସଡ଼ା ପଥେ 
ମୁଁ କିନ୍ତୁ ବ୍ୟସ୍ତ ଥିଲି
କୁଢ଼ କରିବାରେ
ସମୟର ଇଙ୍ଗିତରେ
ବିରତିଇଚ୍ଛା ଥିଲା 
ଲୋଭାତୁର ଆତ୍ମା କାମାତୁର ମନ
ଜାବୁଡ଼ିଧରି
 ମୂହୁର୍ତ୍ତ ଗୁଡିକୁ
ତୁଷାର ପରି ଝାଡି ଚାଲିଥିଲେ
ବୟସର ଅପରାହ୍ନରେ
ଆଖି ଖୋଲେତ
ରାତ୍ରୀ ଆଗତପ୍ରାୟ
ଆକାଶଟା ମେଘାସନ
ବାୟୁର ବେଗ ତିବ୍ରତର
ଚପଳା ତେଜଯୁକ୍ତ
ବଜ୍ରପରି ଝପଟା
 ସମୟଟା ବାହାରି ଯାଉଥିଲା
ଗୋଡ଼ ଟାଣି ଟାଣି ।
 ରେଣୁକା ସାମଲ,
ପଞ୍ଚାୟତ ସମିତି କଲେଜ,  
ରାଇଘର, ନବରଙ୍ଗପୁର।
Share this :
Next Post

ବିଦାୟ ଦୀପା - ମୃତ୍ୟୁଞ୍ଜୟ ସାହୁ

କୃଷ୍ଣଚୂଡ଼ା ରଙ୍ଗ         ଓଢଣୀ ଉଡେଇ                 ଦୀପା ତୁମେ ଆସିଥିଲ lନବମ ଶ୍ରେଣୀର       ଝିଅଟିଏ ହୋଇ                ସବୁରି ମନ କିଣିଲ llତୁମରି ମିଛକୁ       ଭାବି ସବୁ ସତ             ସଭିଏଁ ହେଲେ ଦିୱାନା lମସ୍ତ ମସ୍ତ ଚାଲି       ଆଖିରେ ମାରିଲ           ଆଗୋ ମୋ ନୀଳ ନୟନା llଷୋହଳ ବୟସେ       ମଲ୍ଲୀ ଫୁଲ ବାନ୍ଧି               ଗଭାକୁ ସଜାଉ ଥିଲ l […]

Subscribe US Now