କୃଷକ ଟିଏ – ସୁଶ୍ରୀ ମନ୍ଦାକିନୀ ପୀଢୀ

Views: 34
0 0
Read Time:5 Minute, 55 Second

 କୃଷକଟିଏ

         ସୁନା ଫଳାଏ ମାଟି ତା’ର

          ସୁଖ ଦୁଃଖ ର ସାଥି ରେ

          ମନ ହୃଦୟ ତରଳି ଯାଏ

          ଦେଖି ତା’ର ପରିଶ୍ରମ

          କର୍ମଠ ତା’ର ମହିମା ବେଶୀ

          ପାରିବ  ମାପି କିଏ ।୧ ।

କୃଷକ ଟିଏ

        ସୁଧାରି ନିଏ ବିଷାଦ ତା’ର

    ଶ୍ୟାମଳ ସବୁଜିମା ରେ ଭରପୂର

    ସଚ୍ଚୋଟେ ବୁଣଇ ମଞ୍ଜି ବସନ୍ତରେ

       ଅମଳ କରଇ ଶରତରେ

       ଚାଷ ଦିଏ ବାସ,ଜୀବନ ଦିଶା

       ଜୀବନ ହୁଏ ଆସ ଜୀବନରେ 

                                        

କୃଷକ ଟିଏ

     ଝାଳ ବୁହାଏ

      ଶ୍ରମ ହିଁ ତା’ର ଆନନ୍ଦ

        ସୁଖ ର ଦିଏ ସତଞାନ

        ସକାଳ ହେଲେ ପୁରୁବ ଦିଗେ

          ଉଦୀୟମାନ ରବି

     ଶ୍ୟାମଳ ବନ ସବୁଜ କ୍ଷେତ୍ରରେ

         ସୁନ୍ଦର ଦୃଶ୍ୟ ର ଛବି

       ଗରୀବ ହେଉ ମୁଲିଆ ହେଉ

          କୃଷକ ଭାଈ ମହାନ ।୩

       

  କୃଷକ ଟିଏ 

    ତତଲା ଆଖିର ସ୍ଵର୍ଣ୍ଣିମ ସ୍ଵପ୍ନ ରେ

    ଗ୍ରାମ ଉପକଣ୍ଠ ହରିତ୍ କ୍ଷେତରେ

       ସ୍ଵର୍ଣ୍ଣ ଶୀର୍ଷ ଶସ୍ୟ ଆଭା

   ହାତଠାରି ଡାକେ ଲଙ୍ଗଳ ଶିଆର

  ବୀଥିକା ଘେରା ତା ପ୍ରିୟ ଆଧାର ୪           

    

କୃଷକ ଟିଏ 

     ମାଟିର ମହକେ ବୁକୁ ଭରିଦିଏ

      ମାଟିର ମଣିଷ ହାରେନି କେବେ

       କୃଷକ ଭାଈ ମହାନ

        ପହିଲି ଆଷାଢ଼ 

          ମେଘ ପଟୁଆର

          ପହିଲି ପରଶେ

     କୃଷକର ସ୍ପର୍ଶ ପାଇଁ

       ଇନ୍ଦ୍ରଧନୁ ର ସପ୍ତରଙ୍ଗ

         ସପନ ଦେଖେ

        ଭରପୂର ସୁନାକ୍ଷେତ ।୫ ।

କୃଷକ ଟିଏ 

    ମନ ମାରି ଦିଏ ତାର

       ଉର୍ବୀ ଧରଣୀ ଫାଟି ଆଁ କଲେ

     ଶତ ଶତ ଯୁଗ ର ତୃଷା ତୁର

          ମାଟି ରେ ପ୍ରତୀକ୍ଷା ର ଅନ୍ତ

             ହୁଏ ‌ ନାହିଁ

         ‌ଯୋଜନା ସବୁ କୁ ଆଦରି 

            ବଞ୍ଚି ଯାଏ 

         ‌ ମୁହଁ ରେ ହସ ଫୁଟାଇ ।୬ ।

ସୁଶ୍ରୀ ମନ୍ଦାକିନୀ ପାଢୀ

ରାଜନୀତି ବିଜ୍ଞାନ ଅଧ୍ୟାପିକା

ପଦ୍ମପୁର

ବରଗଡ

Share this :
Next Post

କୃଷକ -ରୀତା ଅପରାଜିତା ମହାନ୍ତି

 ଆମ ଭାରତ କୃଷି ପ୍ରଧାନ ଦେଶ। କୃଷକ ଏଠି ମୁଖ୍ୟ। ସେ ଯୋଗାଇ ଆହାର  ଆମ ମୁହଁରେ ହସ ଭରିଦିଏ ଅପାର …….। ହେଲେ କୃଷକ କେତେ ଆଉ ସହିବ। ଖରା,ବର୍ଷା ,ଶୀତ ତ  କେବେ ଚକଡl ପୋକ ଧାନପାଚି ଯେବେ ଝଡିଯାଏ କେତେ ଅମଳ କରିଥିଲା କଷ୍ଟ ରେ…..। ବନ୍ୟା ହେଲେ ତା ବିଲରେ  ଆଣ୍ଠୁଏ ଆଣ୍ଠୁଏ ପାଣି । ଅସରl ଅସରl ବର୍ଷା ରେ ଭାଷେ ତା […]

Subscribe US Now