Read Time:1 Minute, 54 Second
ଆଳୁ
ତୁମ ବିନା ଲାଗେ ସବୁ ଶୂନ୍ୟ ଶୂନ୍ୟ
ଖଟା ଲାଗେ ତରକାରୀ l
ସବୁରି ଖାଦ୍ୟରେ ଲୋଡ଼ା ତୁମ ବୋଲି
ବେଶୀ ହୁଅ ଦରକାରି ll
ପୁନିଅ ପରବେ ଓଷା ବରତରେ
ତୁମ ପାଖେ ନାହିଁ ବାଛ l
ପିଲା ଠାରୁ ବୁଢା ସଭିଙ୍କର ପ୍ରିୟ
ସେଥିପାଇଁ ବୋଲାଉଛ ll
ସିଝାଇ ତୁମକୁ ଆଲୁଚପ କଲେ
ଜଳଖିଆ ହୋଇଯାଅ l
ମସଲା ସାଥିରେ ମିଶାଇ ରାନ୍ଧିଲେ
ଆଳୁଦମ ବନିଯାଅ ll
ହେଉ ବା ଆମିଷ ଅବା ନିରାମିଷ
ସବୁଠି ଆଦର ତୁମ l
ସେଥିପାଇଁ ବୋଧେ ପରିବା ଝୁଡିରେ
ସର୍ବଶ୍ରେଷ୍ଟ ତୁମ ନାମ ll
ତୁମ ବିନା ପରା ପରିବା ବଜାରେ
ଲାଗି ଯାଉଅଛି ନିଆଁ l
ଜନତାଙ୍କ ଠାରୁ ନେତାଙ୍କ ପର୍ଯ୍ୟନ୍ତ
ସବୁ ଘରେ ତୁମ ନାଆଁ ll
ମୃତ୍ୟୁଞ୍ଜୟ ସାହୁ
ବଡମ୍ବା, କଟକ
ମୋ:-9090700601
Readers Interaction