କୃଷକ – ରାମ ଚନ୍ଦ୍ର ମହାନ୍ତି

Views: 18
0 0
Read Time:2 Minute, 18 Second

 ମାଟି ର ମଣିଷ ମୁଁ ଅଟେ କୃଷକ

ହୋଇ ଯାଉଛି ହତାଶ,

ଦୁନିଆ ର ଭୋକ ଦାଉ ଲିଭାଉଛି

ଚାଷ କରି ବାର ମାସ।।

ନିଜର ସୁଖକୁ ଜଳାଞ୍ଜଳି ଦେଇ

ପୋଷଇ ଲକ୍ଷେ ଜୀବନ,

ଜୀବନଟା ସାରା  ପର ସେବା କରି

ତୋଷ କରେ ପ୍ରାଣୀ ମନ ।।

ବଳଦ ଦୁଇଟି ଅତି ପ୍ରିୟ ମୋର

ସେମାନେ ମୋହର ସାଙ୍ଗ,

ରାତି ଦିନ ଖଟି ଏହି ଧରଣୀ କୁ

ଦେଉଛୁ ସବୁଜ ରଙ୍ଗ।।

ମିଳେ ନା ସମ୍ମାନ ଯାଉଛି ଜୀବନ

ଋଣ ଭାରେ ଅଛି ବୁଡ଼ି,

ସାର ଠାରୁ କର ରାଜନୀତି ଘୋର

ମୋତେ ତ ଯାଉନି ଛାଡ଼ି।।

କିଶାନର ଜୟ ହେବ କେବେ କହ

ଆହେ ମାେ ଭାରତ ବାସୀ,

ଏହି ପ୍ରଶ୍ନ ଟିର ଉତ୍ତର ଆଶାରେ

ଚାହିଁ ରହି ଅଛି ବସି।।

ପାଣିର ଅଭାବ ବିହନ କିସମ

ଜଳ ବାୟୁ ପ୍ରଦୂଷଣ,

ଶେଷରେ ମୌସୁମୀ ବରଷା ଋତୁ ଟି

କରି ଚାଲିଛି ଶୋଷଣ ।।

ନିଜେ ଦୁଃଖ ସହି ଦୁନିଆ ହସାଇ

ଚାଲି ଅଛି ଅବିରତ,

ଯେଉଁ ଦିନ ମୋର ଦୁଃଖ ହେବ ଦୂର

ହସି ଉଠିବ ଭାରତ।।

ରାମ ଚନ୍ଦ୍ର ମହାନ୍ତି

ବାଣତୁମ୍ବ

ବେଲଗୁଣ୍ଠା

ଗଞ୍ଜାମ

Share this :
Next Post

କୃଷକ ଟିଏ - ସୁଶ୍ରୀ ମନ୍ଦାକିନୀ ପୀଢୀ

 କୃଷକଟିଏ          ସୁନା ଫଳାଏ ମାଟି ତା’ର           ସୁଖ ଦୁଃଖ ର ସାଥି ରେ           ମନ ହୃଦୟ ତରଳି ଯାଏ           ଦେଖି ତା’ର ପରିଶ୍ରମ           କର୍ମଠ ତା’ର ମହିମା ବେଶୀ           […]

Subscribe US Now