କୃଷକ – ଗଗନ କୁମାର ଦାଶ

Views: 31
0 0
Read Time:2 Minute, 56 Second

 

କମ୍ପି ଉଠୁ ଏହି ମେଦିନୀ ଉପରେ
କରି ତୁମ ଜୟଗାନ,
ଜୟ ହୋ ଜବାନ ଜୟ ହୋ କିଶାନ
ବଢାଅ ଦେଶ ସମ୍ମାନ ।

ଲହୁ ଲୁହ ଢାଳି ଖରା ବର୍ଷା ଶୀତେ
ଖଟେ ସିଏ ଆମ ପାଇଁ,
ତା’ ପାଇଁ ଦେଶର ଗୌରବ ବଞ୍ଚିଛି
ସବୁ ସହି ଯାଏ ସେହି ।

ତାହାର ମୂଲ୍ୟ କୁ ଦେଇ ନ ପାରଇ
ସ୍ଵାର୍ଥପର ଏ ଜନତା,
ଖଟି ଖଟି ସିଏ ଜୀବନ ବଞ୍ଚାଏ
ସିଏ ତ ଭାଗ୍ୟ ବିଧାତା ।

ସରସ ସୁନ୍ଦର ପୃଥିବୀ ପାଇଁ ତ
କୃଷକ ଟି ଦରକାରୀ,
ପେଟକୁ ନ ଖାଇ ପିଠିକୁ ନ ପିନ୍ଧି
ଯୋଗାଏ ଖାଦ୍ୟ ଆମରି ।

ଖଣ୍ଡେ ଗାମୁଛାରେ ବିତିଯାଏ ଦିନ
କ୍ଷେତରେ ହଳକୁ ଧରି,
ଶସ୍ୟ ଶ୍ୟାମଳା ବିଲକୁ ଦେଖିଲେ
ପେଟ ଯାଏ ତା’ର ପୁରି ।

ବରଷାକୁ ସିଏ ନିବେଦନ କରେ
ଆସ ହେ ଓହ୍ଲାଇ ଧରା,
ତୁମରି ଆଶିଷେ ଏ ପୃଥିବୀ ହସୁ
ବରଷୁ ବରଷା ଧାରା ।

ଫୁଲ ପାଖୁଡ଼ା ରେ ସଞ୍ଚରିତ ହେଉ
ଶସ୍ୟରେ ଯୌବନ ଆସୁ,
ଶସ୍ୟରେ ଶସ୍ୟରେ ଭରି ଯାଉ ବୀଜ
ଶ୍ୟାମଳୀ ଶସ୍ୟ ମୋ ହସୁ ।

ସହସ୍ର ମୁଖରେ ହସକୁ ଫୁଟାଏ
ମୋ ଦେଶ କୃଷକ ଭାଇ,
ପିନ୍ଧେନି ପିନ୍ଧାଏ, ଖାଏନି ଖୁଆଏ
ମୋ ଦେଶ କୃଷକ ସେହି ।

ସିଏ ଭଗବାନ, ସିଏ ତ ଠାକୁର
କୃଷି କାମ କରେ ଯିଏ,
ବାଡି ବଗିଚା ରେ ଶସ୍ୟ ଫଳାଏ
ଜଗତ ବଞ୍ଚାଇ ଥାଏ ।

 ଗଗନ କୁମାର ଦାଶ
ମୋହନା, ଗଜପତି

Share this :
Next Post

କୃଷକ - ଦୁଷ୍ମନ୍ତ ବେହେରା

 ମୁଁ କୃଷକ ସଂସାର ସଭ୍ଯତାର ମୂଳ କୃଷି ସକଳ ଜୀବିକାର ଚୂଳ କୃଷି କଲା ନର କୁ ଅନ୍ନଦାନ ଅନ୍ନ ପାଇଁ ମାନବ ଉଠଇ ତେଜି !!!  ଶସ୍ଯ ବୋଲେମୁଁ ଅଛିମାନବ ନିମନ୍ତେ ଫଳିବି ବୁଣି ଦେଲେ ମତେ କୃଷି ଟିଏ ଚାହେଁ ସକଳ ଉନ୍ନତି ଅନ୍ନ ଖାଇ ଜୀବ ହୋଇବେ ଗତି !!!  ମୋ ପରିଶ୍ରମ ମୂଲ୍ଯ ଏଠି କିଏ ବୁଝେ ମୂଳଚାଳ କରି ଫେରିଯାନ୍ତି ସଭିଁଏ ଲାଜ […]

Subscribe US Now