ପ୍ରବୋଧନ – ସ୍ରୋତସ୍ବିନୀ ପରିଡା

Views: 18
0 0
Read Time:1 Minute, 26 Second

କ’ଣ ଥରେ ଅଧେ ଦରଦ ଦେଖାଇ
କ୍ଷତରେ ମଲମ ଲଗାଇ ଦେଲେ
ଯନ୍ତ୍ରଣା କମିଯିବ!
ଅନ୍ତର ଭିତରେ କୁହୁଳା ନିଆଁ
ଆହୁରି ଜଳିବ ଦେଇ ଆଘାତ
ପରିସ୍ଥିତି ହେବ ଅଣାୟତ।

ଯାହାର ସ୍ନେହଭରା କଥା
ମଲମଠୁ ଅଧିକ
ସେ ତ ବୁଝୁନି ମନ
କଷ୍ଟ ଦିଏ ଅନେକ।
ଥରେ ଖାଲି ପଚାର ତାକୁ,
ଭଲପାଇବା କୁହନ୍ତି କାହାକୁ!

ଟଙ୍କା ଦେଇ କିଣିଦେଲେ
ମନଲାଖି ଶାଢୀ
ଅବା ସେ ଫୁଙ୍ଗୁଳା ହାତେ
ଦେଲେ ସୁନା ଚୁଡ଼ି।
ଶକ୍ତ ହୁଏ ନାହିଁ ସମ୍ପର୍କ
ସୁଖ କାହିଁ,ଦୁଃଖ ତ ଅଧିକ।

ସ୍ରୋତସ୍ବିନୀ ପରିଡା
କପାସି,କପାସି ଛକ, ଯାଜପୁର, ଓଡ଼ିଶା,
୭୫୫୦୬୨

Share this :
Next Post

ଗଣତନ୍ତ୍ର - ଡଃ ପଦ୍ମଲୋଚନ ରାଉତ

ଜ୍ଞାନ ପ୍ରଦାୟିନୀ ଆଶ୍ରୟ ଦାୟିନୀ ଏଇ ମୋ ପୁଣ୍ୟ ଭୂମି ଭାଗ୍ୟବାନ ଆଜି ମଣୁଛି ନିଜକୁ ଯା’ର କୋଳେ ଜନମି ଗାଇ ମୁକତିର ଗାଥା ହିମାଦ୍ରୀ ଠାରୁ କୁମାରୀକା ଶୁଭେ ଜୟ ଭାରତ ମାତା l 1 ଚରଣ ଯାହାର ଧୋଉଛି ସାଗର ଆନନ୍ଦେ ହୋଇ ବିଭୋର ହିମାଳୟ ଯା’ର ମସ୍ତକେ ମୁକୁଟ ଜନ-ଗଣ -ମନ ଗିର ବହେ ଶୁଭ୍ର ମନ୍ଦାକିନୀ ତୀରଙ୍ଗା ପତାକା ଉଡେ ଫର ଫର ଏଇ […]

Subscribe US Now