ଫେରି ଆସନ୍ତାନି – ସୁକାନ୍ତ ଖଣ୍ଡା

Views: 18
0 0
Read Time:3 Minute, 24 Second

ପିଲାଦିନ ମନେପଡେ଼

ମନେପଡେ଼ ବହୂ ବାଗୁଡୁ,ଲୁଚ଼କାଳି,ବାଲିଘର ଓ ବୋହୂ ବହୂକା ଖେଳ

ଗିଲିଦଣ୍ଡା,ସାଇକେଲ ଟାୟାର ଅବା ଗାଣ୍ଡୁଆର ମଙ୍ଗ ଧରି ଦୌଡି଼ବା

ଗଛରେ ଉଠି ନାଚିବା ଅବା

ତେନ୍ତୁଳି କି ତା’ର ମଂଜି

ଅଥବା କଣ୍ଟା କୋଳିରେ ଲୁଣ ଆଉ ଲଙ୍କା

କେତେ ମଜା ଧୂଳିମଳି ହୋଇ

ଦାଣ୍ଡରେ ଗଡି଼ବା।

କୁଆଡେ଼ ସବୁ ଆଜି ଉଭେଇ ଗଲାଣି

ଉଭେଇ ଗଲାଣି ସାଙ୍ଗ ହୋଇ

ନଈକୂଳେ ବସି ବନଶୀରେ ମାଛକୁ ଧରିବା

ଆଉ ଗାଳିମାଡ଼ ଖାଇ ବି…

ସେଇ ଖେଳ,ସେଇ ଚିନ୍ତାରେ ମଗ୍ନ।

ଆଜି ଖେଳିବା କି ବୁଲିବା ଭୁଲିଲିଣି

ସାଙ୍ଗଛଡା଼ ସବୁ ଏ ସଂସାର

ମଉଜ କହିଲେ ଫୋନକୁ ଧରିବା

ଟି.ଭି. ପରଦାରୁ

ଯେତେଯେତେ ଅଶ୍ଳିଳତା,ହିଂସା ଆଉ ଘୃଣା ଆପଣେଇ

ଏ ଦେହ ରଥକୁ ସଜାଡି ଚାଲିବା।

ମୋତେ ଆଉ ଭଲ ଲାଗୁନାହିଁ

ଏ ବିଜ୍ଞାନର ଅବଦାନ

ଯଦିଓ ଭଲ ପାଇଁ ଉଦ୍ଭାବନ

ହେଲେ ମୁଁ ତ ବିପଥରେ ଗଲି

ଅଳ୍ପ ବୟସରୁ କାମନାରେ ସଢି଼

ଖାଲି ଘାଣ୍ଟି ଚକଟି ହୋଇ ସବୁ ବିଗାଡି଼ଲି

ମୋର ପୂର୍ବ ସ୍ମୃତି ମନେ ପଡି଼ଲେ

ବୋହିଯାଏ ଲୁହ

ଯେମିତି ନଈର ଧାର

ଆଜି ମନ ଓ ବିବେକ କହୁଛନ୍ତି

କେତେ ଭଲଥିଲା ଅତୀତ

ଯାହାକୁ ହରେଇ ସାରିଛୁ।

ଆଃ !

ଆଉ ଥରେ ଫେରି ଯାଆନ୍ତାନି

ଦାଣ୍ଡ ଧୂଳିରେ ଖେଳନ୍ତି ଆଉ

ବଞ୍ଚିଯା’ନ୍ତି ଘଡି଼ଏ

ସେ ସମୟ ଯାହାଥିଲା

ମୋ’ର ଅତୀତ ବୟସ

***

ସୁକାନ୍ତ ଖଣ୍ଡା

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର

ଜି-କେନ୍ଦୁଝର

Share this :
Next Post

ବଣଭୋଜି - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ନୀଳ ଆକାଶେ ଉଡିଯା ତୁ ମନପକ୍ଷୀ, ଉଡ଼ି ଉଡ଼ି ଯା’, ମେଘରଜାର ବାଜେ ବାଇଦ ବହୁତ ସେଠି ମଜା । ଦିଶୁଛି ଦୂରେ ଶ୍ୟାମଳ ନୀଳ ପାହାଡ଼ ବନ ଲତା ଗଛର ଡାଳେ କୋଇଲି ଗାଏ ଗୀତ ସୁନ୍ଦର ମିଠା ପ୍ରକୃତି ରାଣୀ ନୃତ୍ୟ ବିଭୋରା ଦିଶୁଛି ମନ ଲୋଭା । ଉଡ଼ି ଉଡ଼ି ଯା’ ନୀଳ ଆକାଶେ ମନପକ୍ଷୀ ତୁ ଉଡ଼ି ଯା । ପୁଚ୍ଛକୁ ଟେକି ମୟୂର […]

Subscribe US Now