ସମସ୍ତଙ୍କ ମାମୁଁ ଜହ୍ନମାମୁଁ ପରି
କୃଷକ ସଭିଙ୍କ ଭାଇ,
ହସ, କାନ୍ଦ ଆଉ ସୁଖରେ, ଦୁଃଖରେ
ସଭିଙ୍କ ପାଖରେ ଥାଇ l
ବରଷା ତାହାର ଏକଇ ଭରସା,
ଭସା ବାଦଲ ତା ମିତ,
ଟୁପୁ ଟୁପୁ ପାଣି ଝରିପଡ଼ୁଥିଲେ
ଆନନ୍ଦ ତାହାର ଦେଖ l
ଦେଶବାସୀଙ୍କୁ ସେ ଯୋଗାଏ ଆହାର, କ୍ଷେତରେ ଫଳାଏ ସୁନା,
ତା ବିନା କିଏ ସେ ଅଛିରେ ଆମର
ଦେବାକୁ ଦି ଓଳି ଦାନା l
ଦେଶମାତୃକାର ଜୀବନ ବଞ୍ଚାଇ
ରଖଇ ଦେଶର ମାନ,
ସୈନ୍ୟଠାରୁ ବଡ଼ ଅଟେ ଏ କୃଷକ,
ରଖଇ ଜାତି ସମ୍ମାନ l
ଅଭାବ ଦୁଃଖରେ ଥାଇ ବି କୃଷକ,
ନିତି ଚିନ୍ତା ଦେଶ ପାଇଁ ଦେଶବାସୀଙ୍କର କ୍ଷୁଧା ଦୂର ହେଲେ
ପ୍ରଗତି ହୋଇବ ଯାଇଁ l
ଦୁଃଖରେ ଥାଇବି ଜନତାଙ୍କ ଓଠେ
ଫୁଟାଇ ଥାଏ ସେ ହସ
ତାହାଙ୍କ ବନ୍ଦନା କରିବା ଚାଲରେ,
ଭାଇ, ଭଉଣୀଏ ଆସ l
ଭାଇ ଭଉଣୀଏ ଆସ l
ଚିନ୍ମୟୀ ମହାପାତ୍ର
ବାମୁର, ଅନଗୁଳ
Readers Interaction