ବସି ଅଛ ତୁମେ ବଡ଼ ଦେଉଳରେ
ବଡ଼ ଦିଅଁ ଭାବଗ୍ରାହୀ
ଆଜି କାହିଁ ପାଇଁ ଏତେ ଯେ ନିରାଶ
ଅଧରରେ ହସ ନାହିଁ !!
ମିଛ ହସ ତୁମ ହୋଇଯାଏ ବାରି
ନିରେଖି ଦେଖିଲା ପରେ
ଷାଠିଏ ପଉଟି ଯାଇଛି ‘କି କମି
ମନେ ମୋ ସଞ୍ଚୟ କରେ !!
ଦୁଃଖି ଦୁଃଖ ହାରି ନିଜେ କାହିଁ ଦୁଃଖି
କି’ ଅବା ମନରେ ବ୍ୟାଥା
ମା ସାଆନ୍ତାଣି କଲେ କିବା ରୋଷ
ମଉନେ କରୁଛ ଚିନ୍ତା !!
ସ୍ୱାର୍ଥପର ଆଜି ମଣିଷ ସାଜିଛି
ଭାଇ କୁ ଭଗାରୀ କରି
ପିଟୁଥାନ୍ତି ମଥା କେତେ ପିତାମାତା
ପୁଅ ଦିଏ ପର କରି !!
କେତେ’ଯେ ଧର୍ଷଣ ବଢେ ଅତ୍ଯାତାର
ନିରିହ ହୁଅନ୍ତି ହତ୍ଯା
ପାପ ଭାଣ୍ଡ କେବେ ପୂରିବ ହେ ପ୍ରଭୂ
ଲଭିବେ ଉଚିତ ଶିକ୍ଷା !!
କେବେ ନେବ ତୁମେ କଳ୍କୀ ଅବତାର
ବାରହାତ ଖଡ୍ଗ ଧରି
ଅଧର୍ମର କଳା ଲିଭାଇବ କେବେ
ଧର୍ମକୁ ସ୍ଥାପନା କରି !!
ସନ୍ଦିପା ଦଳାଇ
ଗୋପ,ପୁରୀ
Readers Interaction