ମୋତେ କଂସ ପରି
କାମ କରିବାକୁ ହେଲା
ବନ୍ଦୀରେ ନୁହେଁ,ଅଶାନ୍ତିର ଝଡ଼ରେ
ଯେମିତି ଫନି,ହୂଡହୂଡ୍ କି ତିତଲି
ଖାଇବା,ରହିବା ଅବା ପିଇବା ବିନା
ମୃତବତ୍ କଲି
କାଠ ଭଳି,ପଥର ଭଳି ଓ କଣ୍ଢେଇ ଭଳି
ତାଙ୍କ ଜୀବନ
ଜୀଇଁ ରହିଥିଲେ ଈଷ୍ଟ ଭରଷାରେ
ଯେମିତି ବସୁଦେବ
ବନ୍ଦୀରେ ଥାଇ ବି-
ବିଶ୍ବ।ସ ହରେଇ ନ ଥିଲେ ନିଜକୁ।
ମୋ’ର କିନ୍ତୁ ପୂଜା ହେଉଥାଏ
ନିତି ଧୂପ,ଦୀପ ଓ ନୈବେଦ୍ଯ
ମହଣ ମହଣ ଘିଅ
ବାପା କିନ୍ତୁ ହସୁଥିଲେ
ଦେଖି ମୋ’ କରମ
ସେ ହସ ଅଭିଶାପ କି କିମିଆଁ
ସିଏ ଜାଣିଥିବେ ଅଥବା ଈଶ୍ବର
କିନ୍ତୁ ମୋ’ର ତ ଧନର ମୋହ
ଗର୍ବ ଆଉ ଅହଙ୍କାର
ମୁଁ ବୁଝିପାରୁ ନ ଥାଏ ନିଜକୁ
ମୋ’ର ବୟସ ବଢି଼ଲା
ହେଲେ ଅପୁତ୍ରିକ ଜ୍ବ।ଳାରେ
ବ୍ରତ,ଉପବାସ,ପୂଜା,ଯଜ୍ଞ ଆଉ ଦାନ
କିନ୍ତୁ ସବୁ ବ୍ଯର୍ଥ
ଜଣେ ଅଣପୁରୁଷା ପରି
ଲୁହ ଓ କୋହରେ ଜୁଡୁବୁଡୁ।
ହଠାତ୍ ଜଣେ ସାଧୁବାବା
ସାମ୍ନାକୁ ଆସି କହିଲେ
ବାପା !
ଜନ୍ମିତ ବାପା ସ୍ବର୍ଗଠାରୁ ଉଚ୍ଚତର
ଯିଏ ଆଦ୍ଯଗୁରୁ,ସାକ୍ଷ।ତ୍ ଠାକୁର
ତାଙ୍କୁ ଅଣଦେଖା ହିଁ
ତୁମର ଏ ଫଳ?
ବାସ୍ !
ଏତିକି କହି ଚାଲିଗଲେ।
ମୁଁ ବୁଝିଲି
ଜଣେ ବାପର ସ୍ଥାନ କେଉଁଠି ହୋଇଥାଏ
ଯାହାଙ୍କୁ ଦୁଃଖ ଓ ଶୋକରେ ଭସାଇ ରଖିଛି
ଅଥଚ
ମୁଁ ଭ୍ରମିତ ହୋଇ
ବାପା ହେବାକୁ ଚାହୁଁଛି।
ମୋ’ ବାପା ତ ମୋ’ରି ପୁଅ
ଦିନେ ମୁଁ ଛୋଟଥିବାବେଳେ
ସେ ଯୁଆନ
ଆଜି କିନ୍ତୁ ମୁଁ ଯୁଆନବେଳେ
ସେ ନଇଁ ପଡିଲେଣି।
ଆଖିରେ ଜକେଇ ଆସିଲା
ଲୁହର ଝର
ଦୌଡି଼ଯାଇ ଗୋଡ଼ତଳେ ପଡି଼ଗଲି
ଜଣେ ପିତାର ପିତୃତ୍ଵ କାନ୍ଦୁଥିବା
ସପ୍ରେମେ ଓ ଭକ୍ତିରେ କୁଣ୍ଢାଇ ଧରିଲି
ଯେମିତି ଯୁଗଯୁଗର ପାପ
ଧୋଇ ହୋଇଗଲା
ହୃଦୟରେ ଅପାର ଆନନ୍ଦ।
ମୁଁ ଧିକ୍କାରିଲି ନିଜକୁ
ମୁକ୍ତ କଲି ଜନ୍ମିତ ବାପାଙ୍କୁ
ଆଉ କୃତାର୍ଥ ହୋଇ
ନିଜ କର୍ମକୁ ଆନନ୍ଦରେ
ନିୟୋଜିତ କଲି।
ସୁକାନ୍ତ ଖଣ୍ଡା
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର
ଜି-କେନ୍ଦୁଝର
Readers Interaction