ଏଇ ଜୀବନଟା ଏକ ନାଟକ
ଆମେ ସବୁ କଳାକାର ଏ ନାଟକର
ମୁହେଁ ରଙ୍ଗବୋଳି
ଅଭିନୟ କରୁ ଚମତ୍କାର ।।
ଦୁନିଆ ର ରଙ୍ଗମଞ୍ଚ ପରେ
ବାଇଆ ହୋଇଛେ ସବୁ ସଂସାର ମାୟାରେ
ଷଡରିପୁ ବଶୀଭୂତ ଆଜିର ମଣିଷ
ବୁଝିପାରେ ନାହିଁ ଜୀବନ ରହସ୍ୟ
ଜନ୍ମ ଅଛି ମାନେ ମୄତୁ ତ ନିଶ୍ଚିତ
ବଞ୍ଚିବାକୁ ଏ ମଣିଷ ଶତ ତ ଚିନ୍ତିତ
ଦୁର୍ଲଭ ଜନମ ଅଟେ ମଣିଷ ଜନମ
ଭଲ କାମ କଲେ ଅରଜିବ ପୁଣ୍ୟ
ଅନ୍ୟ ଭଲ ଗୁଣ ଯେବେ କରୁଥିବା ଗାନ
ତେବେ ଯାଇ ହେବା ଆମେରେ ମହାନ୍
ଆସୁ ଯେତେ ଦୁଃଖ କଷ୍ଟ ଭାଙ୍ଗିଯିବା ନାହିଁ
ମାତିଯିବା ବୀର ପରେ ସବୁ କଷ୍ଟ ସହି
ବୁଝି ଯେ ପାରିଛି ଏଠି ଜୀବନ ର ମୂଲ୍ୟ
କହ କି ଏ ହେବ ତାହା ସହ ତୁଲ୍ୟ
ନିଃଶ୍ୱାସ କୁ ତିଳେ ହେଲେ ନାହିଁରେ ବିଶ୍ୱାସ
ନିମିଷକେ ଜୀବନଟା ହୋଇଯିବ ଶେଷ
ନିଜକୁ ଇଶ୍ଵର ପାଖେ କାଲି ସମର୍ପଣ
ମିନତି ମୋହର ପ୍ରଭୁ କର ହେ ଗ୍ରହଣ
ଅକିଂଚନ ଅଟେ ମୁହିଁ କରିବ ସୁଦୟ
ମୋର ଚଳ ପଥେ ସଦା ହେଉଥିବ ସାହା
ତୁମ କୃପା ବଳେ ଏହି ଦୁନିଆ ସରସ
ସବୁତମ ଖେଳ ଏଠି ବିଧାତା ପୁରୁଷ
ତୁମ ଇଚ୍ଛା ପୂର୍ଣ୍ଣ ହେଉ କରୁଣା ସାଗର
ତବ ପଦେ ଜଣାଉଛି କୋଟି ନମସ୍କାର ।।
ଜିନଶ୍ରୀ ରାଉତରାୟ
ସହକାରୀ ଶିକ୍ଷୟତ୍ରୀ
ଭୁବନେଶ୍ୱର
Readers Interaction