କିଏ ନ ଖେଳିଛି ଧୂଳିଘର ?ଧୂଳିବାଲି ବୋଳିହୋଇ ଅଝଟିଆ ହୋଇ…………… ମା’ ନାଲିଆଖି ଡର, ତଥାପି ଦାଣ୍ଡକୁ ଧାଉଁଥାଏ ବାରବାର ll
ପିଲାଦିନ ଧୂଳିଘର…. ସେଠି ବି ଥିଲା ଜୀବନ ସମସ୍ୟାର ଦରବାର, ରନ୍ଧାବଢ଼ା, ବାହାଚୋରା…ମିଛିମିଛିକା ଘରବସା, ମିଛିମିଛିକା ବାପା, ମା ‘, ବରକନିଆ, ଜୀବନ, ମରଣ, ଏସବୁ ତ ସମାଜ ବେଭାରl ll
ଏବେ ଏସବୁର ପ୍ରତିଫଳନ…… ଗୋଟେ ଗୋଟେ ଜୀବନ, ସତ ସତିକା ସବୁକିଛି, ସେଇ ରନ୍ଧାବଢ଼ା, ବାହାଚୋରା, ବାପା ମା ‘ ହେବା, ବରବେଶ, ବାହାଘର…………. ଏସବୁ ବି ସମାଜ ବେଭାର ll
ପିଲାଦିନେ ନାଲିଆଖି ଡର, ଏବେ କିନ୍ତୁ ନାଲି ଆଖି ଡର, ବୁଝିଯାଏ ସବୁକିଛି, ବୁଝାଉଥାଏ କିଛି କିଛି ll
ଏବେ କିନ୍ତୁ ସତସତିକା ଜୀବନର ହୁଲିଡ଼ଙ୍ଗା ବାହିବାକୁ ହୁଏ….. ପଛରେ ଛାଡ଼ିଦେଇ ଧୂଳିଘର, ସମାଜର ବାଡ଼, ସମସ୍ୟାର ଘେର….. ଅତ୍ମୀୟତାର ରଜ୍ଜୁ ବାନ୍ଧିପକାଏ, ଜୀବନକୁ ପରଖିବାକୁ ହୁଏ, ଧୂଳିଘର ମନେପଡ଼ିଯାଏ ଲଲ
ଚିନ୍ମୟୀ ମହାପାତ୍ର
ଯୁବଜ୍ୟୋତି ହାଇସ୍କୁଲ, ବାମୁର, ଅନଗୁଳ l
Readers Interaction