ଟଙ୍କା ଆଉ ଆପମାନ
କେଉଁଟା ନିଜର,କିଏ ବେଶି ଆପଣାର
ଦେଖାଇ କହୁଥିଲେ ଅଜା
ଶୁଣୁଥିଲେ ନାତି ଓ ନାତୁଣୀ।
ନାତି ନାତୁଣୀ ଟଙ୍କାକୁ ଧରି ବହେ ଗେଲ କଲେ
କହିଲେ ଟଙ୍କାଥିଲେ ସବୁ କିଣି ହୁଏ
ହାତେଇ ହୁଏ
ଜଙ୍ଗଲର ବାଘ କି ହାତୀ
ଆଉ ବି ପାଦତଳେ ଆଣ୍ଠୁ ମାଡି଼ କି ବସିବେ।
ଅଜା ଶୁଣି ହସିଦେଲେ
କହିଲେ ଯାହା କହିଲ ପରୀକ୍ଷ। କରିବା କି?
ନାତି ଓ ନାତୁଣୀ ସମ୍ମତି ଜଣାଇଲେ।
ହସି ଦେଇ ଅଜା ଚାଲିଗଲେ
କିଛି ଦିନ ପରେ ଅଜା
ଖୁବ୍ ସ୍ନେହରେ,ଖୁବ୍ ଆଦରରେ
ଦୁହିଁଙ୍କୁ ଶହେ ଲେଖାଏଁ ଧରାଇ
ଚାଲିଗଲେ କୁଆଡେ଼
ନାତି ନାତୁଣୀ ଭାରି ଖୁସି ଯେ-
ତାଙ୍କର ଆବଶ୍ଯକତା ପୂରଣ ସକାଶେ
ମିଳିଗଲା ଚିଜ/ଅର୍ଥ
ନାତି ଦୌଡି଼ଯାଇ ଟକୋଲେଟ୍ କିଣି ଖାଇଲା
ଅଥଚ ନାତୁଣୀ ଅର୍ଥ ସବୁକୁ
ଖର୍ଚ୍ଚ ନ କରି ସାଇତି ରଖିଲା
ଦୁହେଁ ଭାରି ଖୁସି ଯେ-
ନିତି ମିଳନ୍ତା ତ
ନିଜର ବାହାର ଖର୍ଚ୍ଚଟା
ସୁବିଧା ହୁଅନ୍ତା
ହଠାତ୍ ଅଜା ଇଗଲ ପରି,ଶାଗୁଣା ପରି
ଝଡ଼ ବେଗରେ ଆସି
ନାତୁଣୀ ଓ ନାତୁଣୀଙ୍କୁ
ଅର୍ଥରାଶି ଫେରାଇବାକୁ ଆଦେଶ
ହେଲେ ନାତି ଖର୍ଚ୍ଚ କରି ଦେଇଥିଲା ତ
ସେ ଲୁହ ଓ କୋହରେ ଗାଧୋଇଲା ଆଉ
ନାତୁଣୀ ଅପମାନ ସହି ନ ପାରି
ଟଙ୍କା ଫେରେଇଲା।
ଏଥର ଅଜା
ପାଖକୁ ଆସି ମୁଣ୍ଡ ଆଉଁସି କହିଲେ
ଧନଦ୍ବୟ !
ଦୁଃଖ କରୁଛ କି?
ମୋ’ର ତ ଦରକାର ଥିଲା
ତେଣୁ ମାଗିନେଲି
ନାତୁଣୀ କହିଲା ଅଜା
ଶହେ ଟଙ୍କା ପାଇଁ ଅପମାନ ଅସହ୍ଯ
ତେଣୁ ଫେରାଇଲି
କିନ୍ତୁ ନାତି କହିଲା
ମୋ’ର ପାଖରେ ହିଁ ନାହିଁ
ଯେବେ ରୋଜଗାର ହେବ ଅବଶ୍ଯ
ପରିଶୋଧ ହେବ କିନ୍ତୁ-
ଆଉ ଅପମାନ ନ ଦେଇ
ସମ୍ଭାଳି କି ରୁହ?
ଅଜା କୋଳରେ ବସାଇ କହିଲେ
ଧନଦ୍ବୟ !
ମୋ’ର ତ ଏହା
ପରୀକ୍ଷ। ହିଁ ଥିଲା
ଟଙ୍କା ଓ ଅପମାନ ଭିତରେ ଫରକ୍ କ’ଣ?
ଏବେ ବୁଝି ସାରିଥିବ କି
ଟଙ୍କା ରୋଜଗାର କରି ଫେରେଇ ହୁଏ
ଅଥଚ ଅପମାନ ଫେରେଇ ହୁଏନି
ଏହା ତ ଅଭୁଲା
ଗୋଟେ ଦୁଃଖଦ ସ୍ମୃତି
ଗୋଟେ ଅନୁତାପର ଗ୍ଳାନି
ନୁହେଁ କି?
ଦୁଇ ନାତି ନାତୁଣୀ ଅଜାଙ୍କୁ କୁଣ୍ଢାଇ ଧରିଲେ
ଆଖିରେ ଆନନ୍ଦର ଢେଉ
ଓ ଶିକ୍ଷ।ର ଗୋଟେ ଦୃଷ୍ଟାନ୍ତ।
ଦୁହେଁ ଶପଥ ନେଲେ କି
ଧାରଟଙ୍କା ଫେରେଇବୁ ଶ୍ରମକରି
କିନ୍ତୁ ଅପମାନ
ବରଦାସ୍ତ କରି ପାରିବୁନି
ଯୁଗ ଓ ଯୁଗକୁ।
ସୁକାନ୍ତ ଖଣ୍ଡା
ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର
Readers Interaction