ମୁଁ ସ୍ୱାର୍ଥପର – ସୌଭାଗ୍ୟ ବାରିକ

Views: 18
0 0
Read Time:1 Minute, 12 Second

ମୁଁଯେ ସ୍ୱାର୍ଥପର
ସ୍ୱାର୍ଥ ମୁଖ୍ୟ ମୋର
ବିନା ସ୍ଵାର୍ଥେ କିଛିନାହିଁ l
ଜନ୍ମମୃତ୍ୟୁ ସତ୍ୟ
ହସକାନ୍ଦ ସତ୍ୟ
ବଞ୍ଚିବି କାପାଇଁ କାହିଁ ll

ମୋକ୍ଷହେବି ଯେବେ
ହଜିଯିବି ସେବେ
ପାସୋରିବେ ସବୁ କଥା l
ବାରଦିନ ପରେ
ଭୁଲିଯିବେ ଧୀରେ
ରହିବନି ମନ ବ୍ୟଥା ll

କାହିଁକି କହିବି
କାହାକୁ କହିବି
ଇଏଅଟେ ମୋ ନିଜର l
ଚାଲିଗଲେ ଥରେ
ଚିତ୍ରଭାନୁ ଘରେ
ଭସ୍ମଶେଷେ ସ୍ୱାର୍ଥପର ll

ସୌଭାଗ୍ୟ ବାରିକ

କଟକ

୭୫୦୪୦୩୦୮୨୨

Share this :
Next Post

ସ୍ମୃତି ଛାୟା - ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

ଏସନ କଥା ତ ନିଆରା । ଚାରିଆଡେ ମହାମାରୀ ଭୟ ଆତଙ୍କର ଛାୟା, ଘରେ ରହି ଯେନ ତେନ ସମୟଟା କାଟିଦେବା କଥା । “କ’ଣ ସବୁ ଚାଲିଅଛି ବାଘ ଘରେ ମିରିଗ ଙ୍କ ନାଟ, ଗିଳିଦେଇ ପେଟେ ପେଟେ ବାପପୁଅ ଯେତେବେଳେ ଦେଖ ଟିଭି ଖୋଲା ଅହରହ ମ୍ୟାଆଚ କ୍ରିକେଟ । ବନ୍ଦ କର ଫାର୍ଶ ଏହିକ୍ଷଣି ଯାଅ ତୁମେ ହାଟ, ଚଢ଼ା ଦାମ୍ ହେଉ ପଛେ ବଜାରରୁ […]

Subscribe US Now