ମିଛ – ସୁକାନ୍ତ ଖଣ୍ଡା

Views: 26
0 0
Read Time:2 Minute, 32 Second

ଗୋଟିଏ ସମାଧାନ ପାଇଁ

ସତ୍ଯକୁ ଲୁଚେଇ ମିଛ କହିଦେଲି

ଗୋଟିଏ ମିଛରୁ

ଆଉ ମିଛମାନେ ଯୋଡି଼ ହୋଇଗଲେ

ତାଙ୍କୁ ଘୋଡେ଼ଇବାକୁ ଯାଇ

ପୁଣି ମିଛର ଆଶ୍ରୟ ନେଲି ତ

ଆହୁରି ଆହୁରି ମିଛସବୁ ମୋ’ର ଚାରିପଟେ।

ଆଜି ନିଜକୁ ଭାବୁଛି

ପ୍ରଥମରୁ ସତ କହିଥିଲେ

ବୋଧେ ଆଉ ମିଛମାନେ ସବୁ

ପାଖକୁ ଆସି ନ ଥାନ୍ତେ ତ

ସମାଧାନ ହୋଇ ଯାଇଥାନ୍ତା

କିନ୍ତୁ ଗୋଟିଏ ମିଛ ମୋତେ ଆଣିଦେଲା

କୋଟିଏ ଦୁଃଖର ଲୁହ

ଯାହାକୁ ସମାଧାନ ପାଇଁ ଆଜି ହନ୍ତସନ୍ତ।

ଆଜି ନିଜ ଆଖିର ଲୁହକୁ ପିଉଛି

ଚାରିଆଡେ଼ ଅନେଇ ସତ୍ଯତା ଖୋଜୁଛି

ମୁଣ୍ଡେ ହାତ ଥୋଇ

ହେଲେ ସେଇ ମିଛମାନେ ବେଢି଼ ରହୁଛନ୍ତି ତ

ହାଉଯାଉ କିଲବିଲ୍ ଦୁଃଖର ହାଟରେ

ମୁଁ ଜଣେ ମିଛୁଆ ଆଉ

ପଥଭ୍ରଷ୍ଟ ହାଟୋଇ

ମୋତେ ଆଞ୍ଜୁଳା ଆଞ୍ଜୁଳା ଲୁହ

ପିଇବାକୁ ହେବ

ନିତି ବଞ୍ଚି ନିତି ମରିବାକୁ

ଏ ଦୁଃଖର ହାଟରେ

କେବଳ ସେଇ ଗୋଟିଏ ମିଛରୁ

ହଁ…ହଁ…

ଗୋଟିଏ ମିଛରୁ।

ସୁକାନ୍ତ ଖଣ୍ଡା

ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ଅଗ୍ନିପୂର୍ଣ୍ଣମୀ - ଜିନାଶ୍ରୀ ରାଉତରାୟ

ମାଘ ମାସ ଅଟଇ ପୂର୍ଣ୍ଣମାସ ମିଳିମିଶି ଡାକିବା ଅଗ୍ନିଦେବତାଙ୍କୁ ଆସ ନିଜେ ଜାଳି ଅନ୍ୟକୁ ଦିଅନ୍ତି ଆଲୋକ ଏ ଅଟଇ ଅଗ୍ନିଦେବଙ୍କ ମହତ୍ୱ ଅଗି ପୂର୍ଣ୍ଣମୀ ର ରହିଛି ଅନେକ ଗୁରୁତ୍ଵ ଭାରତୀୟ ସଂସ୍କୃତି ଅତି ନିଆରା ଏ ପରା ଆମ ଗାରିମା ଓ ପରମ୍ପରା ଏ ରୀତିନୀତି ଅଣ ସଂସାର ସାରା ଏତିକି ତୁମ ପାଦ ତଳେ ମିନତୀ ସଦା ଥାଉ ମୋର ତୁମ ଶ୍ରୀ ଚରଣେ ଭକତି […]

Subscribe US Now