ପଞ୍ଚକ – ଜିନାଶ୍ରୀ ରାଉତରାୟ

Views: 22
0 0
Read Time:1 Minute, 58 Second

ଶାସ୍ତ୍ର ରେ ରହିଛି ପଞ୍ଚ ‘ କ ‘ ର ତତ୍ତ୍ଵ
ଜ୍ଞାନୀ ଗୁଣୀ ଜଣେ ଜାଣ ନ୍ତି ଏ ମହତ୍ୟ
ଦାର୍ଶନିକ ଦିଗ ଟି ଅଟଇ ଭାରି ଚମତ୍କାର
ବୁଝିଲେ ଲାଗଇ ଭାରି ମଜାଦାର l
ପ୍ରଥମ ‘କ ‘ ର ନାମ କାମନା
ମନୁଷ୍ୟ ପାଖରେ ଥାଏ ଏହି ବାସନା
କାମନା ଓ ଆଶା କୁ ବୁଝାଏ ନିୟନ୍ତ୍ରିତ
କରିଲେ ହେବ ମନୁଷ୍ୟ ଆୟତ
ଦ୍ଵିତୀୟ ‘ କ ‘ ଟି କ୍ରୋଧ
ଏହାର ବିନାସେ ଦୁଃଖର ବିନାଶ
ପଠନ ଓ କୀର୍ତ୍ତନ କରିବା ଏହାର ନାଶ
ତୃତୀୟ ‘ କ ‘ ଟି ହେଉଛି କପଟ
ଏ ଛନ୍ଦ ରେ ପଡି ମଣିଷ ହେଉଛି ଅବାଟ
ଚତୁର୍ଥ ‘ କ ‘ ଅଟଇ କଳହ
ସ୍ବଭାବ ପରିବର୍ତ୍ତନ ର ପ୍ରୟାସ ରହିଛି ଅହରହ
ପଞ୍ଚମ ” ‘ କ ‘ ଅଟଇ କଳଙ୍କ
ଚାହିଁଲେ ଜିତିବା ସମସ୍ତ ଅଙ୍କ।

ଜିନଶ୍ରୀ ରାଉତରାୟ
ଭୁବନେଶ୍ୱର

Share this :
Next Post

ଦୁଃଖି ମଣିଷ - ଚତୁର୍ଭୁଜ ସାହୁ

ଦୁଃଖ ମୋ ପାଇଁ ଦର୍ପଣଟିଏ ଦୁଃଖି ହୋଇ ଦେଖେ ମୁହଁ, ସୁଖତ ନାହିଁ ଭାଗ୍ଯେ ମୋହର ଛାତିତଳେ ଚାପେ କୋହ । କେବେ ସଖୀ ତମେ ମନେ ପଡିଗଲେ ଶୁଖିଲା ସୁଖଟେ ପାଏ, ଦୁଃଖି ମଣିଷ ଇଜ୍ଜତ କେତେ ଗୋ ଅହରହ ଚାଲୁଥାଏ । ଦୁଃଖ ଦରିଆରେ ଭାସୁଛି ଜୀବନ ଉଜାଣି ପବନ ବହେ, ଦାରିଦ୍ର୍ୟତା ପରା ଚିର ସହଚର ବେଦନା ମୂର୍ଚ୍ଛନା ଗାଏ । ନରକ ଯନ୍ତ୍ରଣା ଭାଗ୍ଯରେ […]

Subscribe US Now