ଆଜିବି ମୁଁ ସେଇଠି,
ଯେଉଁଠି ତୁମେ ମୋତେ ଛାଡି ଜାଇଥିଲ,
ଫରକ୍ ଖାଲି ଏତିକି !
ଦିନ ବଦଳିଯାଇଛି,
ମାସ ବିତିଚାଲିଛି,
ଆଉ ବର୍ଷ ନିଜ ବାଟରେ ଅତିକ୍ରମ କରୁଛି ।
କେବଳ ମୁଁ ଅଟକି ଯାଇଛି ସେଇ ଜୀବନର କିନ୍ତୁ ଭିତରେ ।
ନାଁ ଆଗକୁ ବଢିପାରୁଛି,
ନାଁ ସମୟ ମୋ ଅତୀତକୁ ଫେରେଇ ଦେଉଛି ?
ଛନ୍ଦି ହୋଇ ରହିଯାଇଛି କର୍ତ୍ତବ୍ୟ ଆଉ ଦାୟିତ୍ୱ ଭିତରେ । ।୧ା
ଯେଉଁ ଖୁସି ଟିକକ ତୁମେ ମୋ ପାଇଁ ସାଉଁଟି ଆଣିଥିଲ,
ସେ ସୁଖ ଆଖିର ଲୁହ ହୋଇ ଝରିଯାଉଛି,
କାନ୍ଦିବାକୁବି ସାହାସ ପାଉନି ମୋର ।
କାଳେ ମୋର ଟୋପାଏ ଲୁହ ଦେଖି ଦୁଃଖି “ମା”ର ମନ ଭାଙ୍ଗିଯିବ ?
କେତେ ଦୁଃଖ ଭିତରେବି ହସିଛି ସେ ମୋ ପାଇଁ । ।୨ା
କୌଣସି ଅଭିଯୋଗ ନାହିଁ ତୁମ ପାଖରେ ମୋର,
କେବଳ ଅନୁରୋଧ ଥିଲା ଏତିକି,
ତୁମ ବଦଳରେ ମୋ ପାଳି ପଡିନଥାନ୍ତା!
ମୁଁବା କେଇ ଦିନ ଦୁନିଆଁ ଦେଖିଥିଲି,
କ’ଣ ଜାଣିଥିଲି ଦୁନିଆଁ ବିଷୟରେ,
ତଥାପି ମୋ ପାଇଁ ଏହି ନ୍ୟାୟ । ।୩ା
କେତେ ସ୍ବପ୍ନ ଦେଖିଥିଲି ମୁଁ ଅନ୍ୟମାନଙ୍କ ଭଳି,
କିନ୍ତୁ ସବୁ ସ୍ବପ୍ନ ମୋର ପୁରଣ ହେବା ଆଗରୁ ଲିଭିଗଲା,
ମୋ ଜୀବନରେ ଦୀପର ଆଲୋକ ନପଡୁଣୁ ଘନ ଅନ୍ଧାର ମାଡିଗଲା,
ଜଳୁଥିବା କ୍ଷୀଣ ଆଲୋକର ଛାୟାବି ପଡିଲାନି ମୋ ଦେହରେ । ।୪ା
କେତେ ଭଲଥିଲା ସେ ପୁରୁଣା ଦିନ,
ସାଙ୍ଗ ହୋଇ ଖେଳୁଥିଲେ ଛକି ଶୂନ।
ନାଁ ଆଜି ସେ ଦିନ ଅଛି ନାଁ ଅଛ ତୁମେ,
କେବଳ ପଡିରହିଛି କିଛି ଅତୀତର ଚିହ୍ନ।
କି ଭୁଲ୍ କରିଥିଲି ବାପା,
କେଉଁ ଭୁଲ୍ ପାଇଁ ଏ ସଜା,
ନାଁ ବୁଝେଇ ପାରୁଛି ମନକୁ,
ନାଁ ବଦଳେଇ ପାରୁଛି ମୋ ଦିନକୁ।
ବାସ୍ ଯେଉଁଠୁ ଆରମ୍ଭ କଲେବି ଅଟକି ଯାଇଛି ତୁମ ପାଖରେ । ।୫ା
ବର୍ତ୍ତମାନ ଯେତେ ଶକ୍ତ ଚାପୁଡା ଦେଲେବି ଅତୀତକୁ ଭୁଲି ହେଉନି,
ତୁମ ବିନା କିପରି ଜିଇଁବି ଜାଣିପାରୁନି।
ମନେଅଛି ତୁମେ କହିଥିବା ପ୍ରତିଟି କଥା,
ତଥାପି ନିଜକୁ ବୁଝେଇପାରୁନି।
ଯେତେ ହେଲେବି ତୁମେ ପରା ମୋ ବାପା! ।୬ା
ଜାଣିନି ମୁଁ ତୁମେ କେଉଁଠି?
ହେଲେ ମୁଁ ସେଇଠି,
ତୁମେ ଛାଡି ଯାଇଥିଲ ଯେଉଁଠି।
ଆସନ୍ତନି ଥରେ ବୁଲିବାକୁ,
କେମିତି ଅଛୁ ତୁମବିନା ବୁଝିବାକୁ।
ସତ କହୁଛି ବାପା,
ଯଦି ତୁମେ କେବେ ଆସ,
କହିବନି କେବେ ଫେରିଯିବାକୁ । ।୭ା
ଦୁନିଆଁ ଆଗରୁ ପରିଚୟ ଛଡେଇ ନେଲ,
କିଛି ନକହି ଆମଠୁ ଦୂରେଇଗଲ,
ଆଖିରେ ଆଖିଏ ଲୁହ ଭରି କେମିତି ସୁଖରେ
ରହିଲ ?
ବାପା ତୁମେ ଏତେ ସ୍ବାର୍ଥପର କେମିତି ହେଲ ?
ଏବେବି ଅଛି ସମୟ,
ଦିଅ ତୁମ ନୂଆ ଠିକଣା ଆଉ ପରିଚୟ,
ଫେରିବକି ନାହିଁ ବୁଝିବାକୁ ଯିବି ମୁଁ ନିଶ୍ଚୟ।
ବାପା ତୁମେ କେଉଁଠି ଦିଅ ତୁମ ପରିଚୟ।
କଳ୍ପନା ସାହୁ
Readers Interaction