Read Time:1 Minute, 46 Second
ଉତ୍କଳ ମାଟିର ଯୋଗ୍ୟ ଯଶୋବନ୍ତ
ଆହେ କବି ଲକ୍ଷ୍ମୀକାନ୍ତ
ତୁମରି ଚରଣେ ଅଶେଷ ପ୍ରଣାମ
ତୁମ ପ୍ରତିଭା ଅନନ୍ତ |
ପିତା ଭାଗବତ ମାତା ରାଧାମଣି
ତାଳପଦା ଅଟେ ଗ୍ରାମ
ଆଜନ୍ମରୁ ଜ୍ଞାନୀ ଆହେ ମହାଜ୍ଞାନୀ
ଅର୍ଜିଛ କେତେ ସୁନାମ |
କର୍ମମୟ ଦିନେ ଲେଖିଛ କେତେକ
ପଦ୍ୟ ଗଦ୍ୟ ଗଳ୍ପ ନାଟ
ତୁମରି ରଚନା ଜାତିର ଜୀବନ
ତୁମେ କୁଳପତି ଅଟ |
ଲେଖିଲ ଜାତିର ଅମର ଲେଖାଟି
ବନ୍ଦେ ଉତ୍କଳ ଜନନୀ
ତୁମ ଅବଦାନ ଅଶେଷ ଅନନ୍ତ
ରହିଗଲା ସ୍ମୃତି ସୃଜନୀ |
ତୁମ ତନୁ ସିନା ପଡିଛି ଧରାରେ
ତୁମେ ଅଟ ଆୟୁଷ୍ମାନ
ଉତ୍କଳ ଭୁବନେ ସଦା ଥିବ ନାମ
ଉତ୍କଳରେ ତୁମେ ମହାନ ||
ଚିନାପାନା ଲୋକନାଥ ରେଡ଼ି
ବ୍ରହ୍ମପୁର, ଗଞ୍ଜାମ, ଓଡିଶା
7606858260
Readers Interaction