ମହାତୀର୍ଥ – ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ

Views: 17
0 0
Read Time:3 Minute, 47 Second

ଦଶ ଅଶ୍ବମେଧ ଯଜ୍ଞ ନଗର
ଜୟ ଯାଜପୁର ଜୟ
ପୁଣ୍ୟ ବୈତରଣୀ କୋଟି ଲିଙ୍ଗତୀର୍ଥ
ଯଶଶ୍ଵୀ ଉତ୍କଳ ଜୟ ।
ବିଜେ ମାହେଶ୍ୱରୀ ଗିରୀଜା ବିରଜା
ଆଦିଶକ୍ତି ମହାମାୟା
ଜଳେ ବ୍ରହ୍ମ କୁଣ୍ଡ ତେଜୋମୟ ଶକ୍ତି
ନମତସୈ ଦେବୀ ଦୁର୍ଗା ।
ଗାଏ ଜୟଗୀତି ପାଟକ କଟକ
ଗୁହେଶ୍ୱର ସପ୍ତମାତା
ବେଢ଼ି ଓଡ଼ିଆଣୀ ଗଣ ଚନ୍ଦ୍ର ମଣି
ବୀର ଦର୍ପେ ବିଜେ ମାତା ।
ମା ସିଂହ ବାହିନୀ ମହିଷ ମର୍ଦ୍ଦିନୀ
ଜୟ ଜୟ ମା ବିରଜା
ତୋହରି ସୁଦୟା ବଳରେ ଓଡ଼ିଶା
ଧର୍ମ କର୍ମେ ବଳ ବୀର୍ଯ୍ୟା ।
ଯଯାତି କଟକ ଶୁଭ ଜୟ ସ୍ତମ୍ଭ
ସ୍ୱ।ଭିମାନେ ବିଦ୍ୟମାନ
ଶ୍ରୀ ଆଦିଶଙ୍କର ସ୍ତୋତ୍ରେ ସୋମତୀର୍ଥ
ପୂତ ପବିତ୍ର ସ୍ମରଣ ।
ବରାହ ନୃସିଂହ ମହାବିନାୟକ
ଶ୍ରୀ ରାମ ଅଷ୍ଟ ଭୈରବ
ତୀର୍ଥ ସପ୍ତରେଖା ବିଜେ ହରିହର
କ୍ଷେତ୍ରପାଳ ସଦାଶିବ ।
ସପତ ମାତୃକା ଚଣ୍ଡୀ ନବଦୁର୍ଗା
ଭୈରବୀ ଚୈ।ଷଠି ଯୋଗ୍ନୀ
ଅଛନ୍ତି ବିରାଜି ମହାଦେବୀ ତ୍ରୟୀ
ସରସ୍ଵତୀ କାଳି ଲକ୍ଷ୍ମୀ ।
ପୁରାଣ ପ୍ରସିଦ୍ଧ ପୁଣ୍ୟ ଗଦାକ୍ଷେତ୍ର
ନାଭି ଗୟା ବ୍ରହ୍ମ କୁଣ୍ଡ
ସୁତୀର୍ଥ ସାନିଧ୍ୟ ଦର୍ଶନ ବିରଜା
ପାପତାପ କରେ କ୍ଷୟ ।
ଯଜ୍ଞ ଭୂମଣ୍ଡଳ ପରମ ପବିତ୍ର
ଦୁର୍ଲଭ ବାରୁଣୀ ସ୍ନାନ
ମୁକ୍ତି ମୋକ୍ଷ ପ୍ରଦ ପିତୃପୁରୁଷଙ୍କୁ
ଅର୍ଘ୍ୟ ତିଳ ପିଣ୍ଡ ଦାନ ।
ପୀଠ ଅଷ୍ଟାଦଶ ଶାକ୍ତ ଶୈବ କ୍ଷେତ୍ର
ପୁଣ୍ୟ ବିରଜା ମଣ୍ଡଳ
ମଥାରେ ମୋ ଲାଗୁ ତା ଧୂଳି ଚନ୍ଦନ
ତୃପ୍ତ ହେଉ ପଞ୍ଚ ପ୍ରାଣ ।

ଶ୍ରୀ ଭରତ ବନ୍ଧୁ ବିଶ୍ୱାଳ
ଉପର ବରୁଆଁ, କବୀର ପୁର
ଯାଜପୁର ।

Share this :
Next Post

ଇଛା ଆଉ ଆଶା ସଫଳ ହୋଇଲା - ସୁକାନ୍ତ ଖଣ୍ଡା

ସିଏ ଥିଲା ଖୁବ୍ ଦୁଃଖୀଟିଏ ଦୁଃଖୀଟିଏ ବୋଲି ତ ଖାଇବାକୁ ଡହଳ ବିକଳ ଦିନେ ଦେଖା ହେଲାବେଳେ ପେଟ ଦେଖେଇଲା,ଦୁଇ ହାତ ଯୋଡି଼- ବୁଝିଲି ଭୋକିଲା ରହିଛି ଖିନଭିନ୍ ଦେହ,ମନ ଓ ବିବେକ ତା’ର ଯେମିତି କିଲବିଲ୍ ହେଉଛି। ତାକୁ କହିଲି ଭାଇ ! କଥାଟେ କହିବି ରଖିବ ମୁଣ୍ଡ ଟୁଙ୍ଗାରିଲା ତ ବଢା଼ଇ ଦେଲି ସହୃଦୟତାରେ କେଇପଟ ରୁଟି ଓ ସନ୍ତୁଳା। ସେ ଖାଇଲା,କୃତାର୍ଥ ଲଭିଲା ଆଉ ଧନ୍ଯବାଦ […]

Subscribe US Now