( ଧାରାବାହିକ )
ତୃତୀୟ ଅଧ୍ୟାୟ , କର୍ମ ଯୋଗଃ
ଶ୍ଳୋକ – ୧୭
ଯସ୍ତ୍ବାତ୍ମ- ରତିର ଏବ ସ୍ୟାଦ୍
ଆତ୍ମ ତୃପ୍ତଶ୍ଚ ମାନବ: ,
ଆତ୍ମନି ଏବ ଚ ସନ୍ତୁଷ୍ଟ
ସ୍ତସ୍ୟ କାର୍ଯ୍ୟ° ନ ବିଦ୍ୟତେ ।
ଅର୍ଥ : –
ଅବଶ୍ୟ ଯିଏ ଆତ୍ମତୃପ୍ତି ଲାଭ କରିଛି , ଯିଏ ଆତ୍ମାକୁ ନିଜ ଭିତରେ ଅନୁଭବ କରି ପାରିଛି , ଯିଏ ସବୁବେଳ ପାଇଁ ସନ୍ତୁଷ୍ଟ ରହି ପାରିଛି ତା’ର ଆଉ କିଛି ଦରକାର ନାହିଁ ।
ବ୍ୟାଖ୍ଯା : –
ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି –
ମନୁଷ୍ୟ ଯେଉଁ ଦୁଃଖ ପାଏ , ମନୁଷ୍ୟ ଯେଉଁ ଅଶାନ୍ତି ଭୋଗ କରେ , ତା’ର ଏକମାତ୍ର କାରଣ ହେଉଛି ସେ ନିଜକୁ ନିଜେ ଚିହ୍ନି ପାରି ନାହିଁ । ତା’ ଭିତରେ ଯେ ଆନନ୍ଦ ଅଛି , ତା’ ଭିତରେ ଯେ ସନ୍ତୁଷ୍ଟ ହେବାର ଗୁଣ ଅଛି ସେ ଜାଣି ପାରେନା । ଯେଉଁମାନେ ଜାଣି ପାରିଛନ୍ତି ତାଙ୍କ ଭିତରେ ଥିବା ଆତ୍ମଶକ୍ତି ତାଙ୍କୁ ତୃପ୍ତି ଦେଇ ପାରିବ , ଆନନ୍ଦ ଦେଇ ପାରିବ ସେମାନେ ସବୁବେଳ ପାଇଁ ଆତ୍ମତୃପ୍ତିରେ ମଜ୍ଜି ରହିଥାନ୍ତି । ସେମାନେ ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତି । ବେଶିରେ ବି ସନ୍ତୁଷ୍ଟ ହୁଅନ୍ତି । ସେମାନଙ୍କ ପାଇଁ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ , ଆନନ୍ଦ ଓ ନିରାନନ୍ଦ ସବୁ ସମାନ ।
-
କବିସୌରଭ କୈଳାଶଚନ୍ଦ୍ର ବେହେରା
ବାଲିଗୁଡ଼ା , କନ୍ଧମାଳ
Readers Interaction