ଅଗ୍ନି – ପଣ୍ଡିତ ଅଭୟ କୁମାର ତ୍ରିପାଠୀଶର୍ମା

Views: 30
0 0
Read Time:1 Minute, 27 Second

ପଞ୍ଚତତ୍ତ୍ୱ ମଧ୍ୟେ ଅଗ୍ନି ଏକତତ୍ତ୍ୱ ଜାଣି
ଭୂମି ଆପ ତେଜ ବାୟୁ ବ୍ୟୋମ ଯେ ବଖାଣି ll
ଏକ ବିନା ଆରେକଯେ ଅସମ୍ପୂର୍ଣ ଅଟେ
ପଞ୍ଚ ମିଳନ୍ତେ ଶରୀର ଏକଇ ମିଳନ୍ତେ ll
ଏଥି ମଧ୍ୟୁ ଅଗ୍ନି ଜାଣ ସ୍ୱତନ୍ତ୍ର ଅଟଇ
ଏହାବିନା ଭକ୍ଷ୍ୟ ଦ୍ରବ୍ୟ କେବେ ନପଚଇ ll
ଖାଦ୍ୟ ନପଚିଲେ ଗର୍ଭେ ନାନା ବ୍ୟାଧି ହୋଇ
ଜୀବନଟି ଦୁର୍ବିସହ ନାନା କଷ୍ଟ ପାଇ ll
ଏଥି ଲାଗି ସନାତନ ସଂସ୍କୃତିରେ ଜାଣ
ଅଗ୍ନିଙ୍କୁ ଦେବତା ରୂପେ ସେବନ୍ତି ଏ ଜନ ।।

(ସମ୍ପାଦକ, ଯୁଗଜ୍ୟୋତି, କୁଆଖିଆ )
ଖଣ୍ଡିତର, ରସୁଲପୁର,ଯାଜପୁର,

Share this :
Next Post

ବର୍ଷା - ପବିତ୍ର ବେହେରା

ନା ବର୍ଷା ନା ବର୍ଷା ନା ତୁମେ ଏତେ ଶୀଘ୍ର ଫେରି ଯାଅନା ତୁମର ନିଝୁମ ରାତିର ଅନ୍ଧକାର ମୟ ରୋମାଞ୍ଚକର ମୁହୂର୍ତ୍ତକୁ ଭୁଲି ହୁଏନା ନା ବର୍ଷା ନା ବର୍ଷା ନା ତୁମେ ଏତେ ଶୀଘ୍ର ଫେରି ଯାଅନା ବୁନ୍ଦାବୁନ୍ଦା ଜଳବିନ୍ଧୁରେ ଭରି ଦେଇଥିଲ ମୋ ମନରେ ପ୍ରେମର ତୃଷ୍ଣା ନା ବର୍ଷା ନା ବର୍ଷା ନା ତୁମେ ଏତେ ଶୀଘ୍ର ଫେରି ଯାଅନା କଳାମେଖୀ ଗଭାକୁ ମସ୍ତକରେ […]

Subscribe US Now