ନା ବର୍ଷା ନା ବର୍ଷା ନା ତୁମେ
ଏତେ ଶୀଘ୍ର ଫେରି ଯାଅନା
ତୁମର ନିଝୁମ ରାତିର ଅନ୍ଧକାର ମୟ
ରୋମାଞ୍ଚକର ମୁହୂର୍ତ୍ତକୁ ଭୁଲି ହୁଏନା
ନା ବର୍ଷା ନା ବର୍ଷା ନା ତୁମେ
ଏତେ ଶୀଘ୍ର ଫେରି ଯାଅନା
ବୁନ୍ଦାବୁନ୍ଦା ଜଳବିନ୍ଧୁରେ ଭରି ଦେଇଥିଲ
ମୋ ମନରେ ପ୍ରେମର ତୃଷ୍ଣା
ନା ବର୍ଷା ନା ବର୍ଷା ନା ତୁମେ
ଏତେ ଶୀଘ୍ର ଫେରି ଯାଅନା
କଳାମେଖୀ ଗଭାକୁ ମସ୍ତକରେ ମଣ୍ଡିତ କରି,
ସାଧବ ବୋହୂ ସାଜି ଆସି ଯାଇଥିଲ
ତୁମେ ମୋର ଜୀବନରେ
ମୋର ଜୀବନରେ ତୁମର ପଦାର୍ପଣ
କେତେ ସୁଖମୟ ଥିଲା
ତୁମର ସେହି ଅଭୂଲା ମୂହୁର୍ତ୍ତ
ଆଜି କାହିଁ ଯନ୍ତ୍ରଣା ରୂପକ
ନଈରେ ଛାଡି ଚାଲିଗଲ ତୁମେ,
ନା ବର୍ଷା ନା ବର୍ଷା ନା ତୁମେ
ଏତେ ଶୀଘ୍ର ଫେରି ଯାଅନା
ହୃଦୟ ରୂପକ ଶୁଖିଲା ମରୁଭୂମିରେ
ଫୁଟେଇ ଚାଲିଗଲ ତୁମେ କଇଁ
ତୁମକୁ କେବେ ଭୂଲି ପାରିବି ନାହିଁ ।
ନା ବର୍ଷା ନା ବର୍ଷା ନା ତୁମେ
ଏତେ ଶୀଘ୍ର ଫେରି ଯାଅନା
ଚାହିଁ ରହିଥିବି ତୁମରି ଫେରିବା
ବାଟକୁ ଲୋ ପ୍ରିୟା
ନା ବର୍ଷା ନା ବର୍ଷା ନା ତୁମେ
ଏତେ ଶୀଘ୍ର ଫେରି ଯାଅନା ।
ପବିତ୍ର ବେହେରା
ବାହାଲପୁର, ଗଞ୍ଜାମ
Readers Interaction