ଜାଣିବା #ଶିଶୁ କିତା- ପ୍ରଫୁଲ୍ଲ କୁମାର ହୋତା

Views: 24
0 0
Read Time:2 Minute, 7 Second

ପଢିଲେ ଜାଣିବା ଜାଣିଲେ ଜିଣିବା
ଜୀବନରେ ହୁଏ ଦରକାର
ଆଗକୁ ବଢିବା ଦେଶକୁ ଗଢ଼ିବା
ଉତଥାନ ପତନ ସମାଜ ର।
କେତେ ଭଲମନ୍ଦ ଘଟଣା ଘଟୁଛି
ଏଇଧାରାଧାମେ ସବୁବେଳେ
ସେସବୁ ଜାଣିଲେ ଜ୍ଞାନ ତ ବଢିବ
ଜାଣିନେବା ସବୁକୁତୂହଳେ।
ଜାଣିଲେ ଜିଣିବା ଅଭିଜ୍ଞତା ପାଇଁ
ପ୍ରୟୋଗ କରିବା ଜୀବନରେ
ଦକ୍ଷତା ହାସଲ ହୋଇବ ସେଥିରୁ
ଜିଣିବା ସଭିଙ୍କୁ ଏକୁଆରେ।
ପଢିବା ବହୁତ ଆମଜ୍ଞାନ ପାଇଁ
ସଚେତନ ହେବେ ପ୍ରତିଜଣ
ଜାଣି ଜଣେଇଲେ ଏକକୁ ଆରେକ
ହୋଇବ ପିଲେ ରେ ମହୀୟାନ।
ଶୃଙ୍ଖଳା ରଖିବ ସବୁ କାର୍ଯ୍ୟ ଟିରେ
ବଡଙ୍କୁ କରିଵ ସନମାନ
ପ୍ରଭୁ କୃପା ଲଭି ସଂସାରରେ ବଡ଼
ଦେଶ ପାଇଁ ହେବ ତେଜୀୟାନ
ପର ଉପକାରେ ଜାଣିବା କଥାଟି
ଲଗାଇଦେବ ତ ଯଥାବିଧି
ସାର୍ଥକ ହୋଇବ ଜୀବନ ତୁମର
ଜୀବନେ ଲଭିବ ବଡ ସିଦ୍ଧି।

ପ୍ରଫୁଲ୍ଲ କୁମାର ହୋତା
ଖୋର୍ଦ୍ଧା।

Share this :
Next Post

ସନ୍ଧ୍ୟା ଏକ ନୀରବଲଗ୍ନର - ସସ୍ମିତା ସାହୁ

ଚପଳ ସନ୍ଧ୍ୟା ମୁଁ ବ୍ୟସ୍ତ ଗୋଧୂଳି ର ସଜଳ କଳ୍ପିତ ଆଶା । ଫଗୁଣ ଫଗୁରେ ମଧୁର ସୁରଭି ମାନମୟୀ ଅଭିଲିପ୍ସା ।। ଭାବ ତରଙ୍ଗ ରେ ଦୀପାଳୀ ମହକ ଭକ୍ତି ର ମୂର୍ଚ୍ଛନା ତୋଳି । ଶୁଭ ସ୍ବାଗତର ଅଭିନନ୍ଦନିକା ଚେତନାର ଅର୍ଘ୍ୟାଞ୍ଜଳି ।। ସମର୍ପିତ ମୁଦ୍ରା ମୁଗ୍ଧ ନଳୀନୀ ର କୁମୁଦିନୀ ପରିଭାଷା ।। ତମସା ତର୍ପଣେ ପୂଣ୍ୟ ଆବାହନୀ ମୋହନ ମଞ୍ଜୁଳ ଗୀତି । ମନ […]

Subscribe US Now