ଅଗ୍ନିତ୍ସବ – ବାସନ୍ତି ଲତା ଜେନା

Views: 34
0 0
Read Time:3 Minute, 26 Second

ମାଘ ପୂର୍ଣ୍ଣିମାରେ ଅଗ୍ନିତ୍ସବ ହୁଏ
ନାମ ଅଗିରା ପୁନେଇଁ
ପାରମ୍ପରିକ ଏ ଅଗିରା ପୁନେଇଁ
ପ୍ରତିବର୍ଷ ପାଳୁ ଥାଇ l୧l
ଓଡ଼ିଶାର ଏହା ଗଣପର୍ବ ପରା
ଅନ୍ୟ ରାଜ୍ୟ ପାଳି ଥାନ୍ତି
ପଶ୍ଚିମ ବଙ୍ଗରେ ତାମିଲି ନାଡୁରେ
ମହାରାଷ୍ଟ୍ରରେ ପାଳନ୍ତି l୨l
ଗାଁ’ର ମୁଣ୍ଡରେ ଉନ୍ମୁକ୍ତ ପ୍ରାଙ୍ଗଣେ
ବାଉଁଶ କାଠ କୁଟାର
ଗ୍ରାମ ଲୋକମାନେ ଏକତ୍ର ମିଶିଣ
ଆୟୋଜନ ପୂଜନର l୩l
ସନ୍ଧ୍ୟାର ଆଗତେ ଅଗ୍ନିଦେବ ପୂଜା
ବ୍ରାହ୍ମଣ କରିଣ ଥାନ୍ତି
କମାର ଶାଳରୁ ଆସିଥିବା ଅଗ୍ନି
ଅଗିରାରେ ଲଗାଆନ୍ତି l୪l
ଶଙ୍ଖ ହୁଳହୁଳି ପ୍ରକମ୍ପିତ ହୁଏ
ଭୋଗ ଅଗ୍ନି ସମର୍ପଣ
ଭକତ କୀର୍ତ୍ତନ ଅଗ୍ନି ଚଉପାଶେ
କରି ଥାନ୍ତି ପ୍ରଦକ୍ଷିଣ l୫l
ଆଳୁ ବାଇଗଣ ଅଗ୍ନିକୁ ଫିଙ୍ଗନ୍ତି
ଉଦ୍ଦେଶ୍ୟ ପୋଡିବା ନେଇ
ଏହି ପୋଡା ଦ୍ରବ୍ୟ ସେବନ କରିଲେ
ଚର୍ମ ରୋଗ ହୁଏ ନାହିଁ l୬l
ବିଶ୍ୱାସ କରନ୍ତି ଅଗ୍ନିର ନିଆଁ ତ
ଯେଉଁଦିଗେ ଢଳି ଯାଏ
ସେ ଦିଗରେ ଧାନ ଭଲ ହୋଇ ଥାଏ
ଉତ୍ପାଦନ ବଢ଼ି ଯାଏ l୭l
ଅଗ୍ନିତ୍ସବ ପରେ ଚlଳର ଛପର
ଲୋକମାନେ କରି ଥାନ୍ତି
ମାଘ ପୂର୍ଣ୍ଣିମାରେ ଗଜ ଉଦ୍ଧାରଣ
ବେଶ ପ୍ରଭୁ ହୋଇ ଥାନ୍ତି l୮l
ବାରମାସେ ତେର ପରବ ପାଳନ
ଖୁସି ବାଣ୍ଟିବାର ପାଇଁ
ସ୍ନେହ ମୈତ୍ରୀ ପ୍ରୀତି ସଭାବନା ଜାଗେ
ଏକତା ବନ୍ଧନ ସେହି l୯l

ବାସନ୍ତି ଲତା ଜେନା
ଗାନ୍ଧିନଗର, ନବରଙ୍ଗପୁର

Share this :
Next Post

କଳା ବଦନ - ଭାରତୀ ରଥ

ଦୂର ପରବତ ସୁନ୍ଦର ବୋଲି ତୁ ଦୁରେଇ ଗଲୁ କି କାଳିଆ ? କାଳିଆ ବଦନ ନ ଦେଖିଲେ ପରା ଭାସିଯିବ ମୋର ଦୁନିଆ…. ଦୁନିଆର ଏଇ ମୋହମାୟା ମଧ୍ୟେ ଏମିତି ଦେଇଛୁ ଛନ୍ଦି ଛନ୍ଦି ହୋଇ ମୁଁ ଯେ ସଂସାର ଜାଲରେ ଝୁରେ ତୋତେ କାନ୍ଦି କାନ୍ଦି…… କାନ୍ଦି କାନ୍ଦି ତୋତେ କେତେ ମୁଁ ଡାକିବି ଶୁଖୁନାହିଁ ଆଖି ଲୁହ ଲୁହଭରା ମୋର ଜୀବନ କାହାଣୀ ଶୁଣାଇବି କା’ରେ […]

Subscribe US Now