ଚଷା
ଲକ୍ଷେ ପୋଷା,
ତା’ର
ଚାଲ ବସା ।
ଦୁଃଖ
ନାହିଁ ତିଳେ,
ସେ ତ’
ଖଟେ ବିଳେ ।
ଶୀତ,
ବର୍ଷା,ଖରା,
ତାକୁ
ଏକା ପରା ।
କରେ
କେତେ ଚାଷ,
ମୁଖେ
ଭରେ ହସ ।
ମେଘ
ଦେଲେ ବର୍ଷି,
ଚଷା
ଭାରି ଖୁସି ।
ଦିଏ
ସେ ଆହାର,
ଭୋକ
ହୁଏ ଦୂର ।
ତା’ର
ବାଡି ଫଳ,
ଆହା
କି ମଧୁର !
ତା’ର
ବଗିଚାର,
ଫୁଲ
କି ସୁନ୍ଦର !
ଗାଆଁ
ଦେଶ ମାଟି,
ବାସ
ଯାଏ ଛୂଟି ।
ରଖେ
ଦେଶ ଟେକ,
ଧନ୍ଯ
ସେ “କୃଷକ” ।
ଲିଙ୍ଗରାଜ ସେଠ୍
ସୁବର୍ଣ୍ଣପୁର
Readers Interaction