
ଧର୍ମ, କର୍ମ ଓ ସାମର୍ଥ୍ୟ
ଏତ ପୌରାଣିକ କାହାଣୀ ହୋଇପଡିଛି
ଏକବିଂଶ ଶତାବ୍ଦୀରେ
ଯଦି ସତ୍ୟର ଅନୁସନ୍ଧାନ କରାଯାଏ
ତେବେ ନା ଧର୍ମ, ନା କର୍ମ, ନା ସାମର୍ଥ୍ୟ
କିଛି ବି ପ୍ରଭାବ ପକାଏ ନାହିଁ
ଏଠି ପ୍ରମାଣ କହିଲେ ବୁଝାଏ,
କ୍ୟାମେରା ଚକ୍ଷୁରେ କଏଦ ହୋଇଥିବା
କିଛି ଚିତ୍ରପଟ ଓ ଚିତ୍ରଛବି,
କିନ୍ତୁ
ବେଳେବେଳେ କ୍ୟାମେରାର ଚକ୍ଷୁକୁ
ମଧ୍ୟ କରାଯାଏ ବନ୍ଧନ
କିଛି ପାରିପାର୍ଶ୍ବିକ କାରଣକୁ ନେଇ,
ଠିକ ଯେପରି
କୌଣସି କାରଣ ବଶତଃ
ରାସ୍ତାରେ ଯାଉଥିବା କାର୍ ବି ଫାଇନ ଗଣେ
ହେଲମେଟ ନ ପିନ୍ଧିବା ଦୋଷରେ
ନିର୍ଦ୍ଦୋଷ ବି ଦଣ୍ଡପାଏ
କିଛି ଧନଶାଳୀ ବ୍ୟକ୍ତିଙ୍କ
ଧନର ଚକ୍ଷୁବନ୍ଧନ ଯାଦୁ ପାଇଁ
କହି କିଛି ମିଛର କାହାଣୀ
ଆଉ ହେଇଯାଏ ଏକ ମିଥ୍ୟାବାଦୀ କ୍ୟାମେରା |
ମୃତ୍ୟୁଞ୍ଜୟ ସାହୁ
ପ୍ରତିଷ୍ଠାତା/ମୁଖ୍ୟ ସମ୍ପାଦକ
କବିତା ମିନାର ସାହିତ୍ୟ ଘର
ବଡମ୍ବା, କଟକ
ମୋ:-9090700601
Readers Interaction