ଏକାନ୍ତ – ସୂର୍ଯ୍ୟକାନ୍ତ ପୃଷ୍ଟି

Views: 28
0 0
Read Time:1 Minute, 27 Second

ଏ ଜିବନଟା
ଏତେ ନିର୍ଦ୍ଦୟ ଯେ
ମରୀଚିକାର ମୃଗତୃଷ୍ଣା ପରି
ଯେତେ ଧାଇଁଲେ ବି
ଶୋଷ ମେଣ୍ଟୁନି କି ଇଚ୍ଛା
ହେଲେ କେବେ
ଏ ପାଦ ଥକିନି କି ମନ।
ଖୁସି ରହିବାକୁ
ଇଚ୍ଛା ଅଛି ବୋଲି
ଦୁଃଖରେ ହସେ ଏ ଓଠ
ବଟୁଆଟି ମୋର
ବିଶାଳ ହୃଦୟ ହେଲେ
ନଥିଲା ସେଥିରେ ଧନ।।
ତୁମେ ଆସି ପ୍ରିୟା
ଭରିଥିଲ ତାକୁ
ଦୁଃଖିନୀ ଆଖିରେ
ରଙ୍ଗ ମିଶେଇଲ
ଓଠରେ ଭରିଲ ନାଲି।
କିବା ଦୋଷେ ମୋତେ
ଦଣ୍ଡଦିଅ ଏତେ
ଅସ୍ଥିର ଅବୁଝା
ଅବସ୍ଥାରେ ଛାଡି
ବାଟ ଭାଙ୍ଗିଯାଅ ଚାଲି।।

ସୂର୍ଯ୍ୟକାନ୍ତ ପୃଷ୍ଟି

ମଧୁବନ, ପୁରୀ

Share this :
Next Post

ଗୋଦରି ଲୋ ନିଜ ଗୋଡ଼କୁ ଅନା - ସୁକାନ୍ତ ଖଣ୍ଡା

କାହାର ଦୋଷକୁ ଦେଖିଲା ମାତ୍ରକେ ଆଖିକୁ ଆଙ୍ଗୁଳି ଗେଞ୍ଜେ ସହିପାରେ ନାହିଁ ଦେହ ମନ ମୋ’ର ସକାଳେ ହେଉ କି ସଞ୍ଜେ? ନିଜର ହୃଦୟେ ମେଞ୍ଚା ମେଞ୍ଚା ଦୋଷ ତଥାପି ଆଖିକୁ ହାତ ଯିବ କି କୁହ ତ ହେ ଜଗତେ ଭାଇ ଚିନ୍ତା କରି କୁହ ସତ? ଏହିପରି ଭାବି ନିତିଦିନ ମୁହିଁ ସଭିଙ୍କୁ ଅଥୟ କରେ ଦିନେ ମୋ’ର ନାତି ରାଗିକି କହିଲା ଚାଲୁଣି ଲୋ ଶୁଣ […]

Subscribe US Now