Read Time:2 Minute, 8 Second
କୋଟିଏ ଟଙ୍କା ତା’ ଧାରିଥିଲି ପରି
ଦେଖିଲେ ମୁହଁ ଆମ୍ବିଳା
ମୁହଁ ମୋଡି଼ଥାଏ ହସିବା ବଦଳେ
ଦେଖି କି ପଳାଏ ଶଳା।
ଏମିତି ମୁଁ ଶଳା ପାଇଛି ଗୋଟିଏ
ବୁଣେ ନାହିଁ ହସଟିଏ
ଭାଗ୍ଯରେ ଠିଆ ମୋ’ ଯିଏ ଶ୍ରେଷ୍ଠ ବନ୍ଧୁ
କରେନି ହେଲୋ କି ହାଏ?
ଶଳା ହୋଇଥାଏ ବନ୍ଧୁଙ୍କ ଭିତରେ
ଶ୍ରେଷ୍ଠ ଓ ଜଗତେ ସାର
କେଜାଣି କାହିଁକି ମୋ’ ଶଳା ସଭିଙ୍କୁ
ମୁହଁରୁ ହସ ତା’ ଦୂର।
ଭଲ ନ ପାଇଲା ନାହିଁ ମୋତେ ସିଏ
ହସିଲେ ଟଙ୍କା କି ପଡେ଼
ଆମ୍ବିଳା ମୁହଁ ତା ଦେଖିଦେଲେ ଥରେ
ହୃଦୟରୁ ଲୁହ ଗଡେ଼।
ସ୍ନେହ ପ୍ରେମ ଭରା ଏ ସାରା ଜଗତୁ
ଯିଏ ହସ ବୁଣି ପାରେ
ତା’ର ସହ ବନ୍ଧୁ ବାନ୍ଧିବା ହିଁ ଭଲ
ଯେଉଁଠି ସୌନ୍ଦର୍ଯ୍ଯ ଝରେ
ସୁକାନ୍ତ ଖଣ୍ଡା
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର
Readers Interaction