ଏକାଦଶ ରୁଦ୍ରଙ୍କର ମାତା ସିଏ
ଅଷ୍ଟ ବସୁଙ୍କର କନ୍ୟା
ଦ୍ବାଦଶ ଆଦିତ୍ୟଙ୍କ ଅଟେ ଭଗିନୀ
ସମାଜ ହୀତେ ସୁଦୟା ।
ହିନ୍ଦୁଧର୍ମ ମତେ ଆରାଧ୍ୟ ଗୋମାତା
ସମୁଦ୍ରରୁ ହୋଇ ଜାତ
କାମଧେନୁ ନାମେ ପାଇଛି ପ୍ରସିଦ୍ଧି
ଜାଣିଛି ସାରା ଜଗତ ।
ଶରୀରେ ତାହାର ସର୍ବ ଦେବାଦେବୀ
କରିଛନ୍ତି ଅବସ୍ଥାନ
ସୃଷ୍ଟିର ସବୁଠୁ ଉପକାରୀ ପ୍ରାଣୀ
କ୍ଷୀର ତା’ ଅମୃତ ସମ ।
ଦ୍ବାପର ଯୁଗରେ ଭଗବାନ କୃଷ୍ଣ
ଗୋପାଳ ରୂପକୁ ଧରି
ଗୋମାତା ସେବାରେ ପ୍ରଚାର ପ୍ରସାରେ
ଜିଣିଲେ ମନ ସବୁରୀ ।
ଗୋ ବିପ୍ର ବେଦ ସତୀ ନିର୍ଲୋଭୀ ଦାନୀ
ସତ୍ୟବାଦୀ ଏହି ସାତ
ସପ୍ତ ମହାଶକ୍ତିରେ ପୃଥିବୀ ତିଷ୍ଠେ
ସର୍ବାଗ୍ର ସ୍ଥାନେ ଗୋମାତ ।
ମାଟି ଜଳ ଅଗ୍ନି ବାୟୁ ଓ ଆକାଶ
ମିଶି ପଞ୍ଚ ମହାଭୂତ
ଆଜି ଏ ସମସ୍ତ ସମସ୍ୟା ମଣ୍ଡିତ
ବିଷାକ୍ତ ଓ ପ୍ରଦୂଷିତ ।
କ୍ଷୀର ଘିଅ ଦହି ଗୋବର ଓ ମୂତ୍ର
ଅଟଇ ଯେ ପଞ୍ଚଗବ୍ୟ
ଶିଶୁ ବୃଦ୍ଧ ଶଯ୍ୟାସାୟୀ ରୋଗୀ ପାଇଁ
କ୍ଷୀର ହୁଏ ମୁଖ୍ୟ ଖାଦ୍ୟ ।
ଗୋମାତା ଗୋବର ମୂତ୍ର ମହୋଷଧି
ରୋଗବ୍ୟାଧି ନିବାରଣେ
ପରିବେଶ କରେ ଶ୍ୟାମଳ ସୁନ୍ଦର
ତା’ ମଳମୂତ୍ର କାରଣେ ।
ଭରଣ ପୋଷଣ କୃଷି ଗୋପାଳନ
ସବୁକାର୍ଯେ ଦରକାରୀ
ଅନ୍ୟ ପାଇଁ ହସି ଜୀବନ ଦିଅଇ
ଜନନୀ ରୂପକୁ ଧରି ।
ବେଦ ଅନୁସାରେ ମାୟା ସଂସାରରେ
ବୈଭବ କରାଏ ପ୍ରାପ୍ତ
ଶାନ୍ତି ପ୍ରଦାୟକ ଆନନ୍ଦ ବର୍ଦ୍ଧକ
ସମସ୍ୟା କରାଏ ଲୁପ୍ତ ।
ତା’ ସୁରକ୍ଷା ପାଇଁ ହେବା ଯତ୍ନଶୀଳ
ଗୋ ସେବା ପରମ ଧର୍ମ
ହିନ୍ଦୁ ସଂସ୍କୃତିକୁ କରିବା ସୁଦୃଢ
ପୂର୍ଣ୍ଣ ହେବା ମନଷ୍କାମ ।
ବାଙ୍କାବିହାରୀ ମହାକୁର
ବୁରୁବୁଡା ବୀରମହାରାଜପୁର ସୁବର୍ଣ୍ଣପୁର
Readers Interaction