ମୃତ୍ଯୁ – ସୁକାନ୍ତ ଖଣ୍ଡା

Views: 31
0 0
Read Time:2 Minute, 44 Second

ତୁମେ ସତ୍ଯ ବୋଲି ତ

ଆସିଯାଅ ଅଚାନକ ଦିନେ

ମିଛ ଦୁନିଆର ଖେଳ ଭାଙ୍ଗିବାକୁ

ମିଛି ମିଛିକା ସମ୍ପର୍କର ଡୋ଼ର ଛିଣ୍ଡାଇବାକୁ

ମୋ’ର ମୋ’ର ବୋଲି

ଏଠି ସାଉତିଥିବା ଧନକୁ

ଛିନ୍ନ କରିବାକୁ।

ସତରେ !

ଏ ମାନବ ତୁମ ସହ

ତାଳ ଦେଇଥାଏ

ବିଜ୍ଞାନ ବଳରେ ବଳିୟାର ହୋଇ

ଭୁଗର୍ଭରୁ ଧନରତ୍ନ,ଆକାଶରେ ଉଡେ଼

ଆଉ ସମୁଦ୍ରରେ ବୁଡେ଼

କେତେକେତେ ଧନରତ୍ନ

ଏମିତି ଭାବରେ ଟାଣିଆଣି

ଆଉ ସଗର୍ବରେ ସାଇତିଥାଏ ଲୁଚାଇ

କିନ୍ତୁ ତୁମେ ଠିଆ ହେଲେ

ବୋହି ନେଇ ପାରେ କି?

ହେ ମୃତ୍ଯୁ !

ତୁମେ ଯେବେ ଆସି

ଧୂଳିସାତ୍ କର ଗର୍ବ ଓ ଗଞ୍ଜନକୁ

ମୋ’ର ମୋ’ର କହୁଥିବା ଏ ମଣିଷ

ଖାଲି ହାତେ ଯେମିତି ଆସିଥାଏ

ସେମିତି ହିଁ ଯାଏ।

ତୁମେ ସତ୍ଯ ବୋଲି ତ

ଠିକଣା ସମୟେ ଆସି ଉଭା ହୁଅ

ଆଊ ସତ୍ଯତା ଦେଖାଅ

କିନ୍ତୁ ଏ ମଣିଷ

ବୁଝି କି ବୁଝେନା

ହେତୁ ହେଲା ତ ମସଗୁଲ

ଆତ୍ମ ସ୍ବାର୍ଥରେ ଖାଲି

ସଞ୍ଚିବା ହିଁ ସଞ୍ଚିବା

ନିଶାରେ ନିଶାରେ।

ସୁକାନ୍ତ ଖଣ୍ଡା

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର

Share this :
Next Post

ଜୀବନ - ନଳିନୀ କାନ୍ତ ପାଢ଼ୀ

କଥା ଦେଇ, ଯାହା ଦେବା କଥା ଦେଲନି ଆଉ ମୁଁ, ଜଳକା ଭଳି ଅନାଇ ରହିଲି ll ତଥାପି, ମାଗିଲି ପୁଣି ଥରେ ନିଜକୁ ସଂକୁଚ ମନେକରି ସ୍ବପ୍ନ, ପ୍ରେମ, ଜୀବନ ଦେବ କହି ଦେଲନି ଭାବିଲ, ମୁଁ ଏ ସବୁ ନେଇ କରିବି କଣ ?? କହିଲ,ମୋତେ, ତୁମ ଚାରି କଡେ ଦେଖୁନ ସବୁଜ ଗଛ, କୁଳୁ କୁଳୁ ବହୁଥିବା ନଈ, ସୂର୍ଯ୍ୟର ଝିଲିମିଲି ଖରା, ସମୟ, ହାତପାହାନ୍ତାରେ […]

Subscribe US Now