ଶୀତ ସରିଆସେ ପାହାନ୍ତି ଆକାଶେ
ପଶ୍ଚିମେ ଉଇଁଛି ଚାନ୍ଦ
ଉତ୍ତରା ଗଲାଣି ଚେପାନାକି ଡେଇଁ
ଏବେ ବଣମଲ୍ଲି ଗନ୍ଧ ଦକ୍ଷିଣୁ ଭାସଇ
ବଙ୍ଗଦେଶ ପଟୁ ନାଲିଆ ରଙ୍ଗର ରୁନ୍ଧ
ମୋ ଧନ ହସେ ମନୁ ମନ୍ଦମନ୍ଦ।।
ନାକତଳ ବାଟେ ଜେତେଥିଲା ଫାଟ
ଧୀରେ ଧୀରେ ସବୁ ଗଲାଣି ଓଲଟ
ଚମ୍ପାବତ୍ତୀ ମୁହଁରେ ଚମକ ଦିଶେ
ଦେହଟା ତା’ର ଡ଼ଉଲଡାଉଲ
ଓଠତା ପାଚିଲା ଲଙ୍କା
ଗୋଲାପୀ ମନତା ମନେପଡେ ମୋର
ସକାଳୁ ଲଙ୍ଗଳ ଯେବେ ମୁଁ ଚଷେ
ପୋତା ମୁହାଁ କାଙ୍କ ତଳକୁ ଅନେଇ
ମୁରୁକି ମୁରୁକି ହସେ।।
ଗାଁ ମୁଣ୍ଡେ ଆମ ଆମ୍ବତୋଟା ଆଡ଼େ
ସରଗୁ ଧଳା ବଉଦ ପଡିଛି ଖସି
ଜମା ପତର ଦୁଶୁନି ଗଛର ଉପରେ
ତୋଟା ଭତତରଟା ଧୂଆଁ ଧୂଆଁ ଦିଶେ
ବଉଳ ଯାଇଛି ଝରି
କିସ ଇନ୍ଦ୍ର ସରଗ ହେବ ୟାସରି ?
ବଉଳ କଥାରୁ ମନେମୋ ପଡିଲା
ମୋବଉଳ କଥା,
କିଛିବର୍ଷ ପୂର୍ବେ
ଏଇ ସରଗରେ ମନଉପବନେ
ଦୁହେଁ ମୁଖରେ ବଉଳ ଦେଇ
ଯାଇଥିଲୁ ଦିନେ ସରି
ବଉଳ ଗଲାଣି ସଂସାରରେ ହଜି
ହେଲେ ଦିହେଁ ନିତି ବଞ୍ଚୁ ମରିମରି।।
କିଛି ଦିନ ପରେ କୋଇଲି ଖାଇବେ ଚଣା
ମଳୟ ବହିବ ମୋ ମଧୁବନରେ
ଗଳା ସଫାକରି କୋଇଲି କୁହୁକ ଗାଇବେ
ଆହାଃକି ମଧୁରତାନେ
ନାଚିବେ ମଧୁମଙ୍ଗଳ ମୋହନ ମୁରଲୀ ଶ୍ଵୋନେ।।
ଘଣ୍ଟଘଣ୍ଟା ବାଜେ ଝାଇଁଝାଇଁ
ଦୋଳ ବୁଲୁଥିବେ ସଭାମଣ୍ଡପରେ
ଫୁଲରେ ସଜେଇ ହେଇ
ମଝିରେ ମଝିରେ ଆମ୍ବପେନ୍ଥା ଥିବ
କଲାକି କିମିଆ ଠାଇଁ
ସୁଲେଖ ଲେଖାଈ ବାବାଜୀଆ ଠାଣି
ଗୋଲକୁ ଆସିବେ ଅର୍ଜୁନ ସଙ୍ଗାତ
ରାଧାକୃଷ୍ଣ ମୋର ସାଇଁ।।
ସେତିକି ବେଳକୁ ମୋମନ ଗୋଲାପ
ଶ୍ରୀପୟରେ ମଉଳି ପଡ଼ନ୍ତା ଝରି
ଏଦେହ ଦୀପରେ ଜୀବନ ପ୍ରଦୀପ
ଜୋଓରେ ଯାଆନ୍ତା ଜଳି
ମରିଯାଆନ୍ତି ମୁଁ ,ଯାଆନ୍ତି ତୋସାଥେ ତୋମନପୂରୀ।।
ପୁଣି
ଏ ବସନ୍ତ ଆସିଛି ଫେରି
ଏ ବସନ୍ତ ଆସିଛି ଫେରି।।
ସୂର୍ଯ୍ୟକାନ୍ତ ପୃଷ୍ଟି
ମଧୁବନ, ପୁରୀ
Readers Interaction